ବିଷ ପିଇ ପରିବାରର ଆତ୍ମହତ୍ୟା ଉଦ୍ୟମ ; ଜଣେ ମୃତ

ସମ୍ବଲପୁର : ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଲଏଡ଼ା ରୁକୁଡ଼ିହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ଗୋଟିଏ ପରିବାରର ୩ ଜଣ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି। ୩ ଜଣଙ୍କ ମଧ୍ୟରେ ଗୋଟିଏ ପରିବାରର ମାଆ, ବାପ ଓ ପୁଅ ରହିଛନ୍ତି। ଏଥିରେ ମାଆର ମୃତ୍ୟୁ ହୋଇଥିବା ବେଳେ ବାପ ଓ ପୁଅ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ପାରିବାରିକ କଳହରୁ ବାପାମାଆ ଓ ପୁଅ ବିଷପାନ କରିଛନ୍ତି ବୋଲି ସନ୍ଦେହ କରାଯାଉଛି। ମାତ୍ର ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ନେଇ ସୂଚନା ମିଳିଛି।

Comments are closed.