ସଂସ୍କୃତ ଶ୍ଲୋକ ଆବୃତ୍ତି କରି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସମ୍ବଲପୁରର ଶିଶୁକନ୍ୟା

ସମ୍ବଲପୁର: ସଂସ୍କୃତ ଶ୍ଲୋକ ଆବୃତ୍ତି କରି ସମ୍ବଲପୁର ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ଲେନ୍ ନିବାସୀ ଶିଶୁ କନ୍ୟା (୨ ବର୍ଷ ୫ ମାସ ୨୬ ଦିନ) ଶିବାଂଶୀ ପାଣିଗ୍ରାହୀ ଇଣ୍ଡିଆ ବୁକ୍‌ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ସେ ମହାମୃତ୍ୟୁଞ୍ଜୟ ମନ୍ତ୍ର, ଗାୟତ୍ରୀ ମହାମନ୍ତ୍ର, ସରସ୍ବତୀ ନମସ୍ତୁଭ୍ୟମ୍‌ ଓ ଗାୟତ୍ରୀ ସ୍ତୁତି ଆଦି ୧୭ଟି ସଂସ୍କୃତ ଶ୍ଲୋକ ଆବୃତ୍ତି କରି ସର୍ବକନିଷ୍ଠ ଭାବେ ଏହି ସ୍ବୀକୃତି ଲାଭ କରିଛନ୍ତି।

 

୨୦୧୯ ମସିହା ଏପ୍ରିଲ ୨୫ ତାରିଖରେ ଜନ୍ମଗ୍ରହଣ କରିଥିବା ଶିବାଂଶୀ ଦିଲ୍ଲୀସ୍ଥିତ ଏକ କମ୍ପାନୀର ମାନବସମ୍ବଳ ବିଭାଗରେ କାର୍ଯ୍ୟରତ ସ୍ବାଗତ ପାଣିଗ୍ରାହୀ ଓ ଡାକ୍ତର ରଶ୍ମିତା ରାୟଗୁରୁଙ୍କ କନ୍ୟା। ସେ ମାତ୍ର ଅଢ଼େଇ ବର୍ଷ ବୟସରେ ଶ୍ଲୋକ ଗୁଡ଼ିକ ଆବୃତ୍ତି କରି ପାରୁଛନ୍ତି। ଶିବାଂଶୀ ୧୭ ମାସ ହୋଇଥିବାବେଳେ ବାପା ମା’ ପୂଜା କରିବା ସମୟରେ ତାହାକୁ ଶୁଣି ଆବୃତ୍ତି କରୁଥିଲେ। ସଂସ୍କୃତ ଶ୍ଲୋକ ଆବୃତ୍ତିରେ ସର୍ବକନିଷ୍ଠ ଭାବେ ତାଙ୍କୁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ ପକ୍ଷରୁ ପ୍ରମାଣପତ୍ର ଓ ପଦକ ପ୍ରଦାନ କରାଯାଇଛି। ସମ୍ବଲପୁର ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ଲେନ ନିବାସୀ ଇଂ. ଘନଶ୍ୟାମ ପାଣିଗ୍ରାହୀ ଓ ସଂଯୁକ୍ତା ପାଣିଗ୍ରାହୀ ଏବଂ ସୋନପୁର ନିବାସୀ ପ୍ରତାପ କେଶରୀ ରାୟଗୁରୁ ଓ ଭଗବତୀ ରାୟଗୁରୁଙ୍କ ନାତୁଣୀ।

Comments are closed.