ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ହାଣିଲା ସ୍ୱାମୀ

ସମ୍ବଲପୁର: ସମ୍ବଲପୁର ଜିଲା ଧମା ଥାନା ଅନ୍ତର୍ଗତ ବତେମୁରା ଗ୍ରାମର ହରିଜନପଡାରେ ଘଟିଛି ହତ୍ୟାକାଣ୍ଡ। ଧାରୁଆ ଅସ୍ତ୍ରରେ ସ୍ୱାମୀ ହାଣିଲା ନିଜ ସ୍ତ୍ରୀକୁ । ଏପରି କିଛି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଧମା ଥାନା ଅନ୍ତର୍ଗତ ବତେମୁରା ହରିଜନପଡାରେ। ଆଜି ସକାଳ ୧୦ ଟା ସମୟରେ ବତେମୁରା ଗ୍ରାମର ହରିଜନପଡା ରେ ରହୁଥିବା ୪୦ ବର୍ଷିୟ ଆନନ୍ଦ ରାକସ ଓ ତାଙ୍କ ୩୫ ବର୍ଷିୟ ସ୍ତ୍ରୀ ଲକ୍ଷ୍ମୀ ମଧ୍ୟରେ ପାରିବାରିକ କଳହରୁ ଝଗଡା ହୋଇଥିଲା। ସ୍ୱାମୀ ଆନନ୍ଦ ରାକସ ଧାରୁଆ ଅସ୍ତ୍ରରେ ସ୍ତ୍ରୀ ର ବେକକୁ ଆକ୍ରମଣ କରିବା ଯୋଗୁ ସ୍ତ୍ରୀ ର ବେକ ଟି କଟି ଯାଇଥିଲା। ପରେ ସ୍ଥାନୀୟ ଲୋକଙ୍କ ଠାରୁ ଏହି ହତ୍ୟାକାଣ୍ଡ ଘଟଣାର ଖବର ପାଇଁ ଧମା ପୋଲିସ ଥାନା ଅଧିକାରୀ ତାରାବତି ପଧାନ ହରିଜନପଡାକୁ ଆସି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛନ୍ତି। ଏହାସହ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ତଦନ୍ତ ଆରମ୍ଭ କରିଛି।

Comments are closed.