ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ହାତୀପଲ

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅଞ୍ଚଳକୁ ହାତୀ ପଲ ଶନିବାର ପ୍ରବେଶ କରିଛନ୍ତି। ସମ୍ବଲପୁର ସହରର ଅପରପାର୍ଶ୍ବରେ ଥିବା ଚାଉଁରପୁର ଓ ବ୍ରହ୍ମପୁର ଗ୍ରାମ ଠାରେ ମହାନଦୀ କୂଳରେ ଏକ ବଡ ହାତୀପଲକୁ ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ହାତୀ ପଲରେ ୧୨ରୁ ୧୫ଟି ଛୋଟ ବଡ ହାତୀ ରହିଥିବାର ସ୍ଥାନୀୟ ଲୋକେ ଦେଖିଛନ୍ତି। ଏହି ହାତୀ ପଲ ଧମା ରେଞ୍ଜ ଅଞ୍ଚଳରୁ ମହାନଦୀ କୂଳରେ ଚାଉଁରପୁର ଓ ବ୍ରହ୍ମପୁରା ଗ୍ରାମାଞ୍ଚଳକୁ ଆସିଥିବାର କୁହାଯାଉଛି।

ତେବେ ସହରରୁ ମାତ୍ର କିଛି ଦୂରରେ ଅବସ୍ଥିତ ଏହି ଗ୍ରାମ ଗୁଡିକୁ ହାତୀ ପଲ ଆସିବାର ସୂଚନା ମିଳିବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଯାଇଛି। ସମ୍ବଲପୁର ଆଖପାଖ ଅଞ୍ଚଳରେ ପୂର୍ବରୁ ହାତୀ ମାନଙ୍କ ଉପଦ୍ରବ ଲାଗି ରହିଥିବା ବେଳେ ମହାନଗର ନିଗମ ଅଞ୍ଚଳକୁ ହାତୀ ପ୍ରବେଶ ଘଟଣା ପ୍ରଥମଥର ପାଇଁ ହୋଇଥିବାରୁ ଲୋକେ ଚିନ୍ତିତ ହୋଇ ପଡିଛନ୍ତି। ତେବେ ବନ ବିଭାଗ ଖବର ପାଇ ହାତୀ ପଲକୁ ଘଉଡାଇବାର ଉଦ୍ୟମ ଜାରି ରଖିଥିବାର ସୂଚନା ମିଳିଛି।

Comments are closed.