ସମ୍ବଲପୁରରେ ଭାରତ ବନ୍ଦର ପ୍ରଭାବ

ସମ୍ବଲପୁର : ଭାରତ କୌଣସି ସରକାରୀ ଚାକିରୀରେ ପଦୋନ୍ନତି ପାଇଁ ଆଗରୁ ଚାଲି ଆସୁଥିବା ଆରକ୍ଷଣ ବା ରିଜରଭେସନ ବ୍ୟବସ୍ଥା ଉଛେଦ ପାଇଁ ମାନ୍ୟବର ସୁପ୍ରିମକୋର୍ଟ ଦେଇ ଥିବା ଆଦେଶ ବିରୁଦ୍ଧରେ ଭୀମ ଆର୍ମି ସଙ୍ଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡ଼ାକରା ଦିଆଯାଇଛି। ଏହାର ପ୍ରଭାବ ସମ୍ବଲପୁରରେ ଦେଖିବାକୁ ମିଳିଛି। ବନ୍ଦ ପ୍ରଭାବରେ ସମ୍ବଲପୁର କ୍ଷେତରାଜପୁର ଷ୍ଟେସନରେ ଭୀମ ସେନାର କର୍ମକର୍ତ୍ତା ପହଞ୍ଚି ସମ୍ବଲପୁର-ପୁରୀ ଇଣ୍ଟରସିଟି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଣୁ ଟ୍ରେନ ଚଳାଚଳ ପ୍ରାୟ ୧ ଘଣ୍ଟା ଧରି ବନ୍ଦ ରହିଥିଲା। ସମ୍ବିଧାନ ଦେଇଥିବା ଆରକ୍ଷଣ ବା ରିଜରଭେସନ ସୁବିଧାକୁ ହଟା ନଯାଉ ବୋଲି ଭୀମ ସେନାର କର୍ମକର୍ତ୍ତା ସ୍ଲୋଗାନ ଦେବା ସହ ରେଳ ଧାରଣା ଉପରେ ବସି ରହିଥିଲେ । ସେହିପରି ଭୀମସେନାର କର୍ମକର୍ତ୍ତା ମାନେ ସମ୍ବଲପୁର ମଧ୍ୟ ଦେଇ ଯାଇଥିବା ସମସ୍ତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ଅବରୋଧ କରିବା ଯୋଗୁଁ ସମ୍ବଲପୁରରୁ ରାଉରକେଲା, ଝାରସୁଗୁଡା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ବରଗଡ଼, ବଲାଙ୍ଗୀର, ସୋନପୁର ଆଦି ଜିଲ୍ଲାକୁ ଯାତ୍ରୀ ପରିବହନ ପ୍ରଭାବିତ ହୋଇଛି । ମାଲ ପରିବହନ କରୁଥିବା ଟ୍ରକ ଗୁଡିକ ରାସ୍ତା କଡରେ ଅଟକି ରହିଛି । ଦୋକାନ ବଜାର ବନ୍ଦ ରହିଥିବା ନେଇ ସୂଚନା ମିଳିଛି।

Comments are closed.