ମିନି ଟ୍ରକ ଓଲଟି ୨ ମହିଳା ମୃତ ; ୩୦ରୁ ଊର୍ଦ୍ଧ୍ବ ଆହତ

0

ସମ୍ବଲପୁର : ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ଡଙ୍ଗରପଡା ନିକଟରେ ଏକ ଅଭାବନୀୟ ସଡକ ଦୁର୍ଘଟଣା ହୋଇଛି। ସୂଚନା ଅନୁସାରେ ଅସୁସ୍ଥ ହାତୀକୁ ଦେଖିବାପାଇଁ ନୂଆମୁଣ୍ଡା ଗ୍ରାମର କିଛି ଲୋକ ମିନି ଟ୍ରକ (ଓଆର ୧୫ବି ୫୨୫୧)ରେ ଯାଉଥିବା ସମୟରେ ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣାରେ ଦୁଇଜଣ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ୩୦ରୁ ଉର୍ଦ୍ଧ ଆହତ ହୋଇଛନ୍ତି। ମୃତକ ମହିଳା ନୂଆମୁଣ୍ଡା ଗ୍ରାମର ଜୟମତି ମିର୍ଦ୍ଧା ଓ ଶୋଭା ମିର୍ଦ୍ଧା। ଏଥିମଧ୍ୟରୁ କିଛି ଆହତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତରଣ କରାଯାଇଛି। ସୂଚନା ପାଇଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଛି।

Leave A Reply