ବିଶ୍ୱର ମଙ୍ଗଳ ପାଇଁ ୧ ଲକ୍ଷ ୨୨ ହଜାର ସଳିତା ପ୍ରଜ୍ୱଳନ

ସମ୍ବଲପୁର: ମାଝୀପାଲି ସ୍ଥିତ ଶ୍ରୀ ଶ୍ରୀ କାମାକ୍ଷା ଦେବୀ ମନ୍ଦିର ଠାରେ ଇଂରାଜୀ ନବ ବର୍ଷ ଅବସରରେ ବିଶ୍ୱ ମଙ୍ଗଳ କାମନା କରାଯାଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି । ବିଶ୍ୱରେ ଶାନ୍ତି, କରୋନାର ମହାମାରୀର ଦୂରୀକରଣ, ରୋଗମୁକ୍ତ ବିଶ୍ୱ ନିମନ୍ତେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମେତ ୧ ଲକ୍ଷ ୨୨ ହଜାର ସଳିତା ପ୍ରଜ୍ୱଳନ କରାଯାଇ ଦିନବ୍ୟାପି ଶାନ୍ତି ଯଜ୍ଞ କରାଯାଇଥିଲା । ପଣ୍ଡିତ ଜୟଗୋପାଳ ସୁଆରଙ୍କ ପୌରହିତ୍ୟରେ ଆୟୋଜିତ ଏହି ଶାନ୍ତି ହୋମ ଯଜ୍ଞରେ ସନ୍ଧ୍ୟା ସମୟରେ ପୂର୍ଣ୍ଣାହୁତି ଦିଆଯାଇଥିଲା । ରାମଶଙ୍କର ସାହୁଙ୍କ ନେତୃତ୍ୱରେ କାମାକ୍ଷା ମନ୍ଦିର କମିଟିର ସମସସ୍ତ ସଦସ୍ୟ ଓ ସଦସ୍ୟା ଏବଂ ଗ୍ରାମବାସୀ ମାନେ ଯୋଗ ଦେଇ ସହାୟତା କରିଥିଲେ ।

Comments are closed.