ସମ୍ବଲପୁରରେ ପୁଣି ଫୁଟିଲା ଗୁଳି : ସାନ ଭାଇର ପତ୍ନୀକୁ ବଞ୍ଚାଇବାକୁ ଯାଇ ଯୁବକ ଆହତ

0

ସମ୍ବଲପୁର : ସମ୍ବଲପୁରରେ ଆଇନ ଶୃଙ୍ଖଳା ଗତ କିଛି ବର୍ଷ ହେବ ରସାତଳଗାମୀ ହେବାରେ ଲାଗିଛି। ପୁଲିସର ଭୟ ଅପରାଧି ମାନଙ୍କ ମଧ୍ୟରେ ନ ଥିବାରୁ ଅପରାଧି ମାନେ ନିର୍ଭୟରେ ଅପରାଧିକ କାଣ୍ଡ ଭିଆଉଛନ୍ତି। ଏହାର ପୁଣି ଥରେ ନମୁନା ଦେଖିବାକୁ ମିଳିଛି ରବିବାର ଦିନ ସନ୍ଧ୍ୟା ସ୍ଥାନୀୟ ଚେରୁଆପଡା ଅଞ୍ଚଳରେ। ପ୍ରାପ୍ତ ସୁଚନାନୁଯାୟୀ, ଚେରୁଆପଡା ର ସିଟି ପ୍ରାଇଡ ଆପାର୍ଟମେଣ୍ଟଣ୍ଟ ପାଖରେ ରୁପକ ସ୍ୱାଇଁ (୩୨) ଏକ ଟାୟାର ଦୋକାନ ଦେଇଛନ୍ତି। ରୁପକଙ୍କର ଭାଇ ଦୀପକ ତାଙ୍କର ଧର୍ମପତ୍ନୀ ଓ ପୁତୁରାଙ୍କ ସହିତ ବୁଲି ବାହାରି ତାଙ୍କର ଘର ସମ୍ମୁଖରେ ଛିଡା ହୋଇଥିବା ବେଳେ ସେହି ଅଞ୍ଚଳରେ ରହିଥିବା ଏକ ହୋଟେଲରୁ ଚାରି ଜଣ ଅସାମାଜିକ ଯୁବକ ନିଶାସକ୍ତ ଅବସ୍ଥାରେ ବାହାରି ସେହି ରାସ୍ତାରେ ଯିବା ସମୟରେ ଦୀପକ ଙ୍କ ଧର୍ମପତ୍ନୀ ଙ୍କୁ ଅସଦାଚରଣ କରିଥିଲେ। ଏହାର ପ୍ରତିବାଦ ଦୀପକ କରିବା ସମୟରେ ରୁପକ ମଧ୍ୟ ସେଠାକୁ ପହଞ୍ଚି ଥିଲେ। ଇତିମଧ୍ୟରେ ରୁପକ ଓ ଅସାମାଜିକ ଯୁବକ ମାନଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ଉଚ୍ଚବାଚ ହୋଇଥିଲା। ଏହି ସମୟରେ ଅସାମାଜିକ ଯୁବକ ମାନେ ପିସ୍ତଲ ବାହାର କରି ରୁପକଙ୍କ ଉପରକୁ ଗୁଳି କରିବାରୁ ତାଙ୍କର ଦେହରେ ଗୁଳି ବାଜିଥିଲା। ଘଟଣା ପରେ ଅସାମାଜିକ ଯୁବକ ମାନେ ଘଟଣାସ୍ଥଳ ଛାଡି ଫେରାର ହୋଇ ଯାଇଥିବା ବେଳେ ଆହତ ରୁପକଙ୍କୁ ଜିଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଡାକ୍ତରୀ ଯାଞ୍ଚରେ ରୁପକ ଙ୍କର ବାମ ପଟର ତଳି ପେଟରେ ଗୁଳି ବାଜିଥିବାର ଜଣା ପଡିଥିଲା। ଏଣୁ ତୁରନ୍ତ ପ୍ରାଥମିକ ଚିକିତ୍ସା କରାଯାଇ ରୁପକଙ୍କୁ ବୁର୍ଲା ସ୍ଥିତ ଭିମସାରକୁ ପଠାଇ ଦିଆଯାଇଛି। ତେବେ ରୁପକଙ୍କର ଅବସ୍ଥା ସ୍ଥିର ରହିଛି ଏବଂ ସେ କଥାବାର୍ତ୍ତା କରୁଛନ୍ତି ବୋଲି ଡାକ୍ତର କହିଛନ୍ତି।

pic courtesy : Samaja Live English

ଏହି ଘଟଣା ସର୍ମ୍ପକରେ ଜଣେ ଅଭିଯୁକ୍ତ ଝସକେତନ ଜାଲ ତାଙ୍କ ସାଥିରେ ପଢ଼ୁଥିଲେ ଏବଂ ସେ ଷ୍ଟେସନପଡାର ନିବାସୀ ବୋଲି ରୁପକଙ୍କ ଭାଇ ଦୀପକ କହିଛନ୍ତି। ତେବେ ତାଙ୍କର କାହାରି ସହିତ ସର୍ମ୍ପକ ଖରାପ ନ ଥିଲା ବୋଲି ଦୀପକ କହିଛନ୍ତି। ଅଞ୍ଚଳରେ ମଦ ଭାଟି ରହିଥିବାରୁ ଏହି ଅଞ୍ଚଳରେ ପ୍ରାୟତଃ ଆଶାନ୍ତି ଲାଗି ରହିଥାଏ ବୋଲି କହିଛନ୍ତି ଅଞ୍ଚଳ ବାସୀ ଯୋଗେଶ ପ୍ରସାଦ। ବହୁ ବାହାରର ଯୁବକ ମାନେ ଏହି ଅଞ୍ଚଳକୁ ଆସି ନିଶାଗ୍ରସ୍ତ ହେବା ପରେ ଗଣ୍ଡୋଗଳ କରିଥାନ୍ତି। ଏହି ଘଟଣାରେ ତିନି ରାଉଣ୍ଡ ଗୁଳି ଫାୟାରିଂ ଓ ଅଭିଯୁକ୍ତ ମାନେ ଷ୍ଟେସନପଡାର ନିବାସୀ ହୋଇଥିବାର କୁହାଯାଉଛି। ପୁଲିସ ଅଭିଯୁକ୍ତ ମାନଙ୍କୁ ଧରିବା ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଘଟଣା ସର୍ମ୍ପକରେ କ୍ଷେତରାଜପୁର ଥାନାଧିକାରୀଙ୍କୁ ଯୋଗାଯୋଗ କରାଯିବାରୁ ସେ ଫୋନ ଉଠାଇ ନ ଥିଲେ।

Leave A Reply