ଦୁଃଖସାଗରରେ ଭସାଇ ଆରପାରିରେ ନାଟ୍ୟକାର, ଗୀତିକାର ଏବଂ ସମ୍ବଲପୁରୀ ଚଳଚ୍ଚିତ୍ର ଅଭିନେତା ଡ ଅଟଳ ବିହାରୀ ପଣ୍ଡା

ବୁର୍ଲା : ନାଟ୍ୟକାର, ଗୀତିକାର ଓ ଔପନ୍ୟାସିକ ଓ ଚଳଚ୍ଚିତ୍ର ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ଆଜି ବୁର୍ଲା ଭିମସାରରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି। ସମସ୍ତଙ୍କୁ ଦୁଃଖସାଗରରେ ଭସାଇ ଆରପାରିକୁ ଚାଲି ଯାଇଛନ୍ତି। ଯାହାକି ଚଳଚିତ୍ର ଜଗତର ଅପୁରଣୀୟ କ୍ଷତି ସହିତ ଏହି ମେଳାପି ସ୍ୱଭାବର ବର୍ଷିଆନ କଳାକାରଙ୍କ ସହିତ ସମସ୍ତ ଲୋକଙ୍କ ବର୍ଗର ଭାବାବେଗ ଯୋଡ଼ି ହୋଇ ରହିଥିଲା। ଚଳଚ୍ଚିତ୍ର ଶଲା ବୁଢ଼ା, ଆଦିମ ବିଚାର ଏବଂ “ଶଲା ବୁଢ଼ାର ବଦଲା”ର ପରି ଚଳଚ୍ଚିତ୍ରର ନିଖୁଣ ଅଭିନୟ ଦର୍ଶକଙ୍କ ମହଲରେ ବେଶ ଗ୍ରହଣୀୟ ହୋଇଥିଲା ।
ଦୀର୍ଘଦିନ ହେବ ଅଟଳ ବିହାରୀ ପଣ୍ଡା ଖାଦ୍ୟ ଗ୍ରହଣ କରି ନ ଥିଲେ। ଗତ ମଇ ମାସ ୧୬ ତାରିଖଦିନ ପତ୍ନୀ ଲଳିତାଙ୍କ ହୃଦ୍ଘାତରେ ବିୟୋଗ ଘଟିବା ପରେ ସମ୍ପୁର୍ଣ୍ଣ ଭାଙ୍ଗିପଡ଼ି ସେ ମୌନ ହୋଇ ରହି ଖିଆପିଆ ଛାଡ଼ି ଅସୁସ୍ଥ ହୋଇ ପଡ଼ିଥିଲେ। ସମ୍ପୁର୍ଣ୍ଣ ଭାବରେ ମୌନବ୍ରତ ଧାରଣ କରି ଖିଆପିଆ ଛାଡ଼ି ଦେବା ପରେ ଅସୁସ୍ଥ ହୋଇ ଶଙ୍କଟାପର୍ଣ୍ଣ ଅବସ୍ଥାରେ ବୁର୍ଲା ଭିମସାରରେ ଭର୍ତ୍ତି ହୋଇଥିଲେ ଗତ ମଇ ମାସ ୩୦ ତାରିଖ ପର୍ଯ୍ୟନ୍ତ। ରକ୍ତ ସ୍ତର ହ୍ରାସ, ରକ୍ତଶର୍କରା ସ୍ତର ବୃଦ୍ଧି ଏବଂ ଛାତି ସଂକ୍ରମଣ ମଧ୍ୟ ରହିଥିଲା । ତେବେ ଶ୍ରୀ ପଣ୍ଡା ସଂଜ୍ଞାହୀନ ଅବସ୍ଥାରେ ରହିଥିଲେ, ସେ କଥା ବାର୍ତ୍ତା ମଧ୍ୟ କରୁ ନ ଥିଲେ। ଅନ୍ୟପଟେ ପୁଣି ଗତ ସୋମବାର ଦିନ ଅଟଳ ପଣ୍ଡାଙ୍କୁ ବୁର୍ଲା କେନ୍ଦ୍ରିୟ ଆଇସିୟୁରେ ଜୀବନରକ୍ଷକ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଇଥିଲା। ମାତ୍ର ଆଜି ଜୁନ ମାସ ୫ ତାରିଖ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ବୁର୍ଲା ଭିମସାରରେ ପରଲୋକ ହୋଇଯାଇଛି। ବୁର୍ଲା ଭିମସାରରୁ ତାଙ୍କର ପାର୍ଥବ ଶରୀରକୁ ବୁର୍ଲା କୃଷ୍ଣମନ୍ଦିର ସ୍ତିତ ମଝିଆଁ ପୁଅ ନିବାସ ଆଇନଜିବୀ ଅଶ୍ୱିନୀ ପଣ୍ଡାଙ୍କ ବାସ ଭବନକୁ ଅଣାଯାଇଥିଲା।
ବର୍ଷିୟାନ କଳାକାର ୰ଡ ଅଟଲ ବିହାରୀ ପଣ୍ଡାଙ୍କ ସ୍ମୃତିରେ………
ଏକାଧାରାରେ ନାଟ୍ୟକାର, ଗୀତିକାର, ଔପନ୍ୟାସିକ ଓ ଚଳଚ୍ଚିତ୍ର ଅଭିନେତା ଅଟଳ ବିହାରୀ ପଣ୍ଡା ତା୧/୧୨/୧୯୩୧ରିଖରେ ସୋନପୁର ଜିଲ୍ଲାର ବିନିକା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପିତା-କବିରାଜ ୰ବାସୁଦେବ ପଣ୍ଡା ଓ ମାତା ୰ଲକ୍ଷ୍ମୀ ପ୍ରିୟା ପଣ୍ଡାଙ୍କର ଜ୍ୟୋଷ୍ଠ ପୁତ୍ର। ସ୍ୱର୍ଗତ ଡ ଅଟଲ ବିହାରୀ ପଣ୍ଡାଙ୍କ  ତିନିପୁଅ ଆର୍ତ୍ତତ୍ରାଣ ପଣ୍ଡା, ଆଇନଜିବୀ ଅଶ୍ୱିନୀ ପଣ୍ଡା ଏବଂ ଅରୁଣ ପଣ୍ଡା ରହିଥିବା ବେଳେ ତିନି ଝିଅ ଏବଂ ଜ୍ୱାଇଁ ରହିଛନ୍ତି। ପିଲାଟି ଦିନରୁ ତାଙ୍କର ନାଟ୍ୟ ପ୍ରତିଭା ଚତୁର୍ଦ୍ଦିଗକୁ ମହକି ଉଠିଥିଲା। ଓଡ଼ିଆ ସାହିତ୍ୟ ଓ ସମ୍ବଲପୁରୀ ଭାଷାରେ ଦୀର୍ଘ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ସେ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନି ଚାଳନା କରି ଆସୁଥିଲେ। ୧୯୮୫ ମସିହାରେ ଆକାଶବାଣୀ ସମ୍ବଲପୁର ଓ ଆକାଶବାଣୀ କଟକ କେନ୍ଦ୍ରରୁ ଜଣେ ଗୀତିକାର ଭାବେ ସ୍ୱିକୃତୀ ଲାଭ କରିଥିଲେ। ତାଙ୍କ ରଚିତ ଅନେକ ସୁମଧୁର ଗୀତ ଓଡ଼ିଶାର ପୁରପଲ୍ଲୀରେ ତାଙ୍କୁ ପରିଚିତ କରିଥିଲା । “ଇମା ଗୋ ମୁଇଁ କେନତେହି ଧରମି ଆମର ବାବୁର ବୁଆର ନାଁ ଟା” “ପ୍ରଥମେ ବନ୍ଦୁଛେଁ ସମଧି ତୁମର ଚାହି ଖୁରାକେ ମୁଇଁ” “ଦେଖତ ଚିପୋର ଜୁଏଁ ପିଲାକେ ବହୁରୁପୀ ବେଶ ଧରିଚେଁ” “କଂସର ଘରଣୀ ପଦ୍ମାବତୀ ରାଣୀ” “ସୁରୁନୁନି କେ ଲାଗିଚେ ଡ଼ାହାଣୀ” ପ୍ରଭୃତି । ଶ୍ରୀଯୁକ୍ତ ପଣ୍ଡା ଜୀବନର ଅଭିନୟ ତଥା ନିର୍ଦ୍ଦେଶନା ଓ ନାଟ୍ୟ ରଚନା ମାଧ୍ୟମରେ ଅନେକ ରଙ୍ଗମଞ୍ଚ ସହ ନିବିଡ଼ ସମ୍ପର୍କ ସ୍ଥାପନ କରିପାରିଥିଲେ। ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ସେ ୩୦ଟି ସମ୍ବଲପୁରୀ ନାଟକ ଓ ୩୦ଟି ଓଡ଼ିଆ ନାଟକ, ୬ଟି ଯାତ୍ରା ନାଟକ, ସମ୍ବଲପୁରୀ ଭାଷାରେ ୩ଟି ଉପନ୍ୟାସ “ଦେବୀ”, “ବିନ୍ଦୁଉବାଚ-ପ୍ରଥମଭାଗ” ପ୍ରଭୃତି। ତାଙ୍କର ରଚିତ “ଫଟାକପାଲ”, “ସଂଘର୍ଷ”, “ଭଇଁସ ଆଗେ ନାଗଧୁନି”, “କୁମନା ଭିତରେ ଡ଼େଣୁ”, “ଗଛ”, “ଲଲୋ”, “ଡ଼ଙ୍ଗାଘାଟ” ଏବଂ “ଓଡ଼ିଆ ନାଟକ ମଧ୍ୟରେ ଅତରିକତ”, “ସେମାନେ ପକ୍ଷୀ”, “ଜୀବନ ମୃତ୍ୟୁ”, “ଆଗୋ ଶୁଣୁଛ”, “କ୍ଲାନ୍ତ ଅପରାହ୍ନ”, “ପ୍ରତିଧ୍ୱନି”, “ମଣିଷ ସଂହାର” ପ୍ରଭୃତି। ଏହାଛଡ଼ା ତାଙ୍କ ରଚିତ ଯାତ୍ରା ନାଟକ ମଧ୍ୟରେ “ଏବେ ବି ଏ ସମାଜ ବ୍ୟାଧିଗ୍ରସ୍ତ”, “ବାଘ ମାତିଛି”, “ଅଖି ଲୁହ ବି କଥା କୁହେ”, “ଚରି ଆଚରି ବ୍ରହ୍ମ·ରୀ”, “ମହୁଆ ଷଣ୍ଢ”, “ଉଆଁସୀ ଜନ” ପ୍ରଭୃତି ଓଡ଼ିଶାର ପ୍ରଖ୍ୟାତ ଗଣନାଟ୍ୟ “ବିଶ୍ୱଜନନୀ ଗଣନାଟ୍ୟ”, “ତୁଲସୀ ଗଣନାଟ୍ୟ”, “ପାର୍ବତି ଗଣନାଟ୍ୟ” ଦ୍ୱାରା ପ୍ରଦର୍ଶିତ ହୋଇ ଓଡ଼ିଶାର ସର୍ବତ୍ର ଉଚ୍ଚ ପ୍ରଶଂସିତ ହୋଇଛି।
୧୯୯୦ ମସିହାରେ ଚାକିରୀରୁ ଅବସର ଗ୍ରହଣ କଲାପରେ ଅଭିନୟ କ୍ଷେତ୍ରରେ ଟେଲି ସିନେମା ଓ ସିନେମା ଜଗତରେ ସେ ପ୍ରଥମେ ଅଭିନୟ କଲେ “ଟେଲି ସିନେମା ମା ଜଗତଜନନୀ”। ଏହାର ପରବର୍ତ୍ତି ସମୟରେ ଭବାନି ପାଟଣା ଦୁରଦର୍ଶନରେ ଟେଲି ସିନେମା “ଡ଼ଙ୍ଗର ତଲର ଡ଼ମରୁ ରଜା” ମୁଖ୍ୟ ଭୁମିକାରେ ଅଭିନୟ କରି ଏକ ଚମକ ସୃଷ୍ଟି କରିପାରିଥିଲେ। ୮୩ ବର୍ଷରେ ପଦାର୍ପଣ କଲାପରେ ନାଟ୍ୟକାର ପଣ୍ଡା ଫିଚର ସିନେମାରେ ସଂଳାପ ରଚନା ସହିତ ମୁଖ୍ୟ ଭିମିକାରେ ଅବତୀର୍ଣ୍ଣ ଛାତ୍ର ଜୀବନରୁ ଏ ପର୍ଯ୍ୟନ୍ତ ସେ ଭିନ୍ନ ଭିନ୍ନ ଅନୁଷ୍ଠାନ ମାନଙ୍କ ସହିତ ନିବିଡ଼ ଭାବରେ ଜଡ଼ିତ। ୧୯୪୭ ମସିହାରୁ ୧୯୫୧ ପର୍ଯ୍ୟନ୍ତ ଉତ୍କଳ କଳାମନ୍ଦିର ସୋନପୁର(ନାଟ୍ୟ ଅନୁଷ୍ଠାନ), ୧୯୫୪ ମସିହାରୁ ୧୯୫୮ ପର୍ଯ୍ୟନ୍ତ ହିରାକୁଦ, ୧୯୬୦ ମସିହାରୁ ୧୯୬୮ ପର୍ଯ୍ୟନ୍ତ ଭାରତୀ କ୍ଲବ ବୁର୍ଲା, ୧୯୬୮ ମସିହାରୁ ୧୯୭୫ ପର୍ଯ୍ୟନ୍ତ ହୀରା ରିକ୍ରେସନ କ୍ଲବ ବରଗଡ଼, ସୌଖିନ କଳାକାର ସଂଘ ବରଗଡ଼, ୧୯୭୬ ମସିହାରୁ ୧୯୮୦ ପର୍ଯ୍ୟନ୍ତ ସୁରେଶ୍ୱରୀ ସାସ୍କୃତିକ ସଂସଦ ବୁର୍ଲା, ଯୁବକ ସଂଘ ବୁର୍ଲା ୧୯୭୭ର ୧୯୮୦ ପର୍ଯ୍ୟନ୍ତ ପଞ୍ଚାତ୍ମା କ୍ଲବ ଫାଟକ ସମ୍ବଲପୁର, ୧୯୮୧ ମସିହାରୁ ୧୯୮୬ ପର୍ଯ୍ୟନ୍ତ କଟକରେ ଚାକିରୀ କରୁଥିବା ସମୟରେ ବିଭିନ୍ନ ଗଣନାଟ୍ୟ ମାନଙ୍କ ସହିତ ଜଡ଼ିତ ଥିଲେ। ଯଥା ବିଶ୍ୱଜନନୀ ଗଣନାଟ୍ୟ, ତୁଳସୀ ଗଣନାଟ୍ୟ, ପାର୍ବତି ଗଣନାଟ୍ୟ, ସାସ୍କୃତିକ ସଂସଦ କଟକ, ପୁର୍ବାଞ୍ଚଳ ଜଳସେଚନ ମଣ୍ଡଳ କଟକ ସହିତ ଜଡ଼ିତ ଥିଲେ। ୧୯୯୦ରେ ଚାକିରୀରୁ ଅବସର ଗ୍ରହଣ କଲାପରେ ୧୯୯୦ ମସିହାରୁ ଏ ପର୍ଯ୍ୟନ୍ତ ବିଭିନ୍ନ ଅନୁଷ୍ଠାନ ମାନଙ୍କ ସହିତ ଜଡ଼ିତ ରହି ଆସୁଥିଲେ। ସାସ୍କୃତିକ ପରିଷଦ ବିନିକା, ଜଗନ୍ନାଥ କଳା ପରିଷଦ ବିନିକା, ମହାନଦୀ ସାହିତ୍ୟ ସଂସଦ ସୋନପୁର, ଭୀମଭୋଇ ସମାଧୀ ପୀଠ ଟ୍ରଷ୍ଟ ଖଲିଆପାଲି ସହିତ ଜଡ଼ିତ ରହିଥିଲେ। ଏବେ ମଧ୍ୟ ନାଟ୍ୟକାର ଅଟଳ ବିହାରୀ ପଣ୍ଡା ୯୨ ବର୍ଷ ପରିଣତ ବୟସରେ ପଦାର୍ପଣ କରି ମଧ୍ୟ ଲେଖନୀ ଚଳଚଞ୍ଚଳ ରହିଥିଲା।
ସ୍ୱର୍ଗତ ଅଟଲ ବିହାରୀ ପଣ୍ଡାଙ୍କ ‘ଶଲା ବୁଢ଼ା’ ଏବଂ ‘ଆଦିମ ବିଚାର’ ପରି ଚଳଚିତ୍ରରେ ନିଖୁଣ ଅଭିନୟ ତାଙ୍କୁ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇ ପାରିଥିଲା। ପରେ ତୃତୀୟ ଚଳଚ୍ଚିତ୍ର “ଶଲା ବୁଢ଼ାର ବଦଲା”ରେ ମଧ୍ୟ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କ ମହଲରେ ବେସ ଗ୍ରହଣୀୟ ହୋଇଥିଲା। ଗତ ୨୦୧୮ ମସିହାରେ ଏହି ଶଲାବୁଢ଼ାର ବଦଲାର ମୁହୁରତ ସୋନପୁର ଠାର ହେବା ପରେ ଏହି ଚଳଚିତ୍ରର ସୁଟିଙ୍ଗ କଲାହାଣ୍ଡି ଏବଂ ସୋନପୁର ଅଞ୍ଚଳରେ ହୋଇଥିଲା। ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଡ଼ ପଣ୍ଡା ଗୋଟିଏ ପରେ ଗୋଟିଏ ଉତ୍କର୍ଷତାର ସିଢ଼ି ଚଢ଼ି ଚାଲିଥିଲେ। ମାତ୍ର ତାଙ୍କର ପରଲୋକ ତାଙ୍କର ଶୁଭେଚ୍ଛୁ ଏବଂ ଦର୍ଶକଙ୍କ ମନ ଭାଙ୍ଗି ଦେଇଛି। ସେ ଇହଳିଳା ସମ୍ବରଣ କରି ନିଜର ସହଧର୍ମୀଣି ୰ଲଳିତାଙ୍କ ପାଖକୁ ଚାଲିଯାଇଛନ୍ତି ସମସ୍ତଙ୍କୁ ଦୂଃଖସାଗରରେ ଭସାଇ। ଅଭିନୟ କ୍ଷେତ୍ରରେ ତାଙ୍କ ଠାରେ ଯୁବକର ଉଦ୍ଦାମତା ଦେଖାଯାଉଥିଲା। ବୟସ ତାଙ୍କ ନିକଟରେ ହାର ମାନିଥିବା ସେ ବ୍ୟକ୍ତ କରୁଥିଲେ। ତାଙ୍କ ମତରେ:- “Age is not a bar for me but age is only a number & nothing else” ।

Comments
Loading...