କରୋନା ମୁକ୍ତ ବିଶ୍ୱ ପାଇଁ ମା’ ସମଲେଶ୍ୱରୀଙ୍କ ନିକଟରେ ଅଖଣ୍ଡ ଦୀପ

ସମ୍ବଲପୁର : କରୋନା ଭୂତାଣୁ ସମଗ୍ର ବିଶ୍ୱରେ ହାହାକାର ସୃଷ୍ଟି କରିଛି। ଏହି ଭୂତାଣୁ ଦ୍ୱାରା ହଜାର ହଜାର ଲୋକ ମୃତ୍ୟୁବରଣ କରିସାରିଥିବା ବେଳେ ଲକ୍ଷାଧିକ ଲୋକ ସାରା ବିଶ୍ୱରେ ଏହି ଦୁରାରୋଗ୍ୟ ଦ୍ୱାରା ପିଡିତ ରହିଛନ୍ତି। ଏଣୁ ବିଶ୍ୱ ସମେତ ସାରା ଭାରତରେ ଏକ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ତେବେ ଏହି ଭୂତାଣୁର ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସର୍ତକତାମୂଳକ ପଦକ୍ଷେପ ମାନ ନେବା ସହିତ ସମସ୍ତ ମେଡିକାଲ ଦଳକୁ ସକ୍ରିୟ ଓ ସଜାଗ ରଖିଛନ୍ତି। ଏଭଳି ଆତଙ୍କ ଓ ଭୟର ବାତାବରଣ ମଧ୍ୟରେ ସାରା ବିଶ୍ୱବାସୀଙ୍କର ମଙ୍ଗଳ ଓ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ‘ସମଲେଶ୍ୱରୀ ମହିମା ପ୍ରଚାର ସମିତି’ ପକ୍ଷରୁ ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ନିକଟରେ ଅଖଣ୍ଡ ଦୀପ ପ୍ରଜ୍ୱଳନ କରାଯାଇଛି।

ସାରା ବିଶ୍ୱକୁ କରୋନା ମୁକ୍ତ କରିବା କାମନା ନେଇ ମହିମା ପ୍ରଚାର ସମିତି ତରଫରୁ ମଙ୍ଗଳବାର ପୂର୍ବାହ୍ନରେ ମା’ ସମଲେଶ୍ୱରୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା। ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟ ପାରମ୍ପରିକ ରିତିନିତି ଅନୁଯାୟୀ ପୂଜାର୍ଚ୍ଚନା କରି ସାରା ବିଶ୍ୱର ମଙ୍ଗଳ କାମନା କରି ଏକ ଅଖଣ୍ଡ ଦୀପ ପ୍ରଜ୍ୱଳନ କରିଥିଲେ। କରୋନା ମୁକ୍ତ ବିଶ୍ୱ ହେବା ପର୍ଯ୍ୟନ୍ତ ଏହି ଅଖଣ୍ଡ ଦୀପ ମାଁ ସମଲେଶ୍ୱରୀଙ୍କ ସମ୍ମୁଖରେ ପ୍ରଜ୍ୱଳିତ ରହିବ। ଏହି ଅବସରରେ ମହିମା ପ୍ରଚାର ସମିତିର ତ୍ରିବିକ୍ରମ ପ୍ରଧାନ, ଜ୍ଞାନରଞ୍ଜନ ମିଶ୍ର, ଜ୍ଞାନବ୍ରତ ଭୋଇ ଓ ବିରାଜ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କ

Comments are closed.