ସର୍ବଭାରତୀୟ ଅଶ୍ୱାରୋହଣରେ ଓଡ଼ିଶାର ମେଜର ପ୍ରିତମ ମିଶ୍ରଙ୍କୁ ୨ଟି ସ୍ୱର୍ଣ୍ଣ

ସମ୍ବଲପୁର : ଉତ୍ତରପ୍ରଦେଶର ମିରଟଠାରେ ମାର୍ଚ୍ଚ ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ସର୍ବଭାରତୀୟ ସ୍ତରରେ ଅଶ୍ୱାରୋହଣ ପ୍ରତିଯୋଗିତାରେ ଓଡ଼ିଶାର ମେଜର ପ୍ରିତମ ମିଶ୍ର ଓ ତାଙ୍କ ଘୋଡ଼ା ‘ଜିସ୍କୁ’ ଦୁଇଟି ସ୍ୱର୍ଣ୍ଣପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି। ମେଜର ମିଶ୍ରଙ୍କୁ ସର୍ବଭାରତୀୟ ସ୍ତରରେ ଭାରତୀୟ ଅଶ୍ୱାରୋହଣ ଚମ୍ପିଆନ ଘୋଷଣା କରାଯାଇଛି। ସେ ଏକାକୀ ଓ ଦଳଗତଭାବେ ଏହି ଦୁଇଟି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଭାରତୀୟ ସେନାର କାଭାଲାରୀ ବିଭାଗରେ କାର୍ଯ୍ୟରତ ପ୍ରିତମ ମିଶ୍ର ବଲାଙ୍ଗୀର ଜିଲା ଲୋଇସିଂହା ଅନ୍ତର୍ଗତ ବେନ୍ଦ୍ରାଗାମର ବିଚ୍ଛନ୍ଦ ମିଶ୍ରଙ୍କର ପୁତ୍ର ଓ ବରଗଡ଼ର ଶୁଭ୍ରାଂଶୁ ଆଚାର୍ୟ୍ୟଙ୍କର ଜାମାତା ଅଟନ୍ତି। ପ୍ରିତମ ଦୀର୍ଘ ତିନି ବର୍ଷର ପରିଶ୍ରମର ଫଳ ସ୍ୱରୁପ ଏହି କୃତୀତ୍ୱ ଅର୍ଜନ କରିଛନ୍ତି ବୋଲି ତାଙ୍କର ପତ୍ନୀ ସୌମ୍ୟା ମିଶ୍ର କହିଛନ୍ତି।

Comments are closed.