ସମ୍ବଲପୁର : ୬୦୪ ବୋତଲ କଫ ସିରଫ ଜବତ, ୭ ଗିରଫ

ସମ୍ବଲପୁର : ସମ୍ବଲପୁର ପୁଲିସ ସ୍ପେଶାଲ ଟାକ୍ସ ଫୋର୍ସ ଗୁରୁବାର ବିଭିନ୍ନ ଜାଗେକେ ଚଢାଉ କରି ୬୦୪ ବୋତଲ କଫ ସିରଫ ସହ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରଛି। ୭ଜଣ ଅଭିଯୁକ୍ତ ହେଲେ  ନିଖିଲ ମୁଣ୍ଡା, ସୁକାନ୍ତ ମେହେର, ବିଜୁ ମଲ୍ଲିକ, ରୋସନ ମେହେର, ସମିର ସ୍ବାଗତ, ସାନ୍ତୁନ ଦାଶ, ଦୁରବାଦଲ କୁମ୍ଭାର ।

ସମ୍ବଲପୁରରେ କିଛିଦିନ ହେବ ବେଆଇନ  କଫ ସିରପ କାରବାର ବଢିଚାଲିଥିଲା । କଫ ସିରଫ୍ ରାକେଟକୁ ଧରିବାକୁ ସମ୍ବଲପୁର ପୋଲିସ ସ୍ପେଶାଲ ଟାକ୍ସ ଫୋର୍ସ ଜାଲ ବିଛେଇଥିଲା । ଆଜି ଖବର ପାଇ ସ୍ପେଶାଲ ଟାକ୍ସ ଫୋର୍ସ ବିଭିନ୍ନ ଜାଗାରେ ଚଢାଉ କରିଥିଲା। ଏହି ଚାଢାଉ ସମୟରେ ୬୦୪ ବୋତଲ କଫ୍ ସିରପ ଜବତ କରିବା ସହ  ପୁଲିସ ୭ଜଣଙ୍କୁ ଗିରଫ କରିଥିଲା।

Comments are closed.