ହଷ୍ଟେଲ ଫି ବୃଦ୍ଧି ପ୍ରତିବାଦରେ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଛାତ୍ରଛାତ୍ରୀ

0

ସମ୍ବଲପୁର:ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ହଷ୍ଟେଲ ଫି ବୃଦ୍ଧିକୁ ବିରୋଧ କରି ବୁଧବାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏହାର ପ୍ରତିବାଦରେ ଛାତ୍ରଛାତ୍ରୀ ମାନେ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ବୁଧବାର  ଦିନ ପ୍ରାୟ ୧୨ଟା ସମୟରେ ତାଲା  ପକାଇ ଧାରଣାରେ ବସିଥିଲେ ।

ହଷ୍ଟେଲ ଫି ବୃଦ୍ଧିକୁ ପ୍ରତିହାର ନ କଲା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିଲେ । ପ୍ରାପ୍ତ ସୂଚନା ଅନୁଯାୟୀ, ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ସୂଚନା ନ ଦେଇ ହଷ୍ଟେଲ ଫି ବୃଦ୍ଧି କରିଥିବା ଅଭିଯୋଗ ହୋଇଛି ।

ଏହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିଲେ। ଏଥିନେଇ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ପରେ  ଆନ୍ଦୋଳନ ଅପରାହ୍ନ ୩ଟାରେ ପ୍ରତ୍ୟାହୃତ ହୋଇଥିଲା ।

Leave A Reply