ସମ୍ବଲପୁର : ଠିକ୍ ସମୟରେ ଚାର୍ଜସିଟ ଦାଖଲ ନକରି ଏସଆଇ ନିଲମ୍ବିତ

ସମ୍ବଲପୁର : ଏକ ହତ୍ୟା ମାମଲାର ତଦନ୍ତରେ ଅବହେଳା ଯୋଗୁଁ ଶନିବାର ଅଇଁଠାପାଲି ଥାନାର ଏସଆଇ ଯୁଗଳ କିଶୋର ସାଙ୍କୁ ସମ୍ବଲପୁର ଏସପି ନିଲମ୍ବିତ କରିଛନ୍ତି।

ସୂଚନା ଅନୁଯାୟୀ, ସମ୍ବଲପୁର ବୁଢ଼ାରଜରେ ଜଣେ ବୟସ୍କା ମହିଳାଙ୍କୁ ତାଙ୍କ ଘରେ ଜଣେ ଭଡା ରହୁଥିବା ସୌରଭ ନାମକ ଜଣେ ବ୍ୟକ୍ତି ତଣ୍ଟି ଚିପିବା ସହ ଛୁରି ଭୁସି ହତ୍ୟା କରିଥିଲେ। ଯାହାର ତଦନ୍ତ ଭାର ଏସଆଇ ଯୁଗଲଙ୍କୁ ଦିଆଯାଇଥିଲା। ଯୁଗଳ ଏହି ମାମଲାର ତଦନ୍ତ ୧୨୦ ଦିନ ମଧ୍ୟରେ କରି ଚାର୍ଜସିଟ ଦେବା କଥା ହେଲେ ଯୁଗଳ ତାହା କରି ପାରିନଥିଲେ। ଯୁଗଳ ଏହି ମାମଲାର ଚାର୍ଜସିଟ ୧୨୧ ଦିନ ମଧ୍ୟରେ ଦେଇଥିଲେ। ଯାହାଫଳରେ ଅପରାଧି କୋର୍ଟରୁ ବେଲ ପାଇବାରେ ସକ୍ଷମ ହୋଇଥିଲେ। ଯାହାକୁ ନେଇ ସମ୍ବଲପୁର ଏସପି ଅସନ୍ତୋଷ ପ୍ରକାଶ କରିବା ସହ ଏସଆଇ ଯୁଗଲଙ୍କୁ ନିଲମ୍ବିତ କରିଛନ୍ତି।

Comments are closed.