ସମେଲେଇ ଦର୍ଶନ ସହିତ ସମ୍ବଲପୁରୀ ବସ୍ତ୍ର କିଣଲେ ଇଲା ଅରୁଣ 

ସମ୍ବଲପୁର : ବିଖ୍ୟାତ ଲୋକ କଳାକାର ତଥା ବଲିଉଡ ଅଭିନେତ୍ରୀ ଇଲା ଅରୁଣ ସମ୍ବଲପୁରକୁ ୨୩ତମ ଜିଲାସ୍ତରୀୟ ଲୋକ ମହୋତ୍ସବ – ୨୦୨୦ରେ ଅତିଥି ଭାବରେ ଆସିଛନ୍ତି। ଶନିବାର ସନ୍ଧ୍ୟାରେ ଇଲା ସମ୍ବଲପୁରକୁ ପହଞ୍ଚିଥିବା ବେଳେ ରବିବାର ଦିନ ସକାଳୁ ମାଁ ସମଲେଶ୍ୱରୀ ମନ୍ଦିର ଦର୍ଶନ କରିବା ସହିତ ହୀରାକୁଦ ଡ୍ୟାମ ମଧ୍ୟ ବୁଲି ଦେଖିଥିଲେ। ପ୍ରଥମ ଥର ପାଇଁ ସମ୍ବଲପୁର ଆସିଥିବା ବେଳେ ସମ୍ବଲପୁରୀ ବସ୍ତ୍ର ସର୍ମ୍ପକରେ ପୂର୍ବରୁ ପରିଚିତ ଥିବାରୁ ଇଲା ବୁଢ଼ାରଜା ସ୍ଥିତ ଏକ ସମ୍ବଲପୁରୀ କପଡାର ସୋ ରୁମକୁ ଯାଇଥିଲେ। ଇଲା ସେଠାରେ ନିଜ ଏବଂ ପରିବାରବର୍ଗ ଙ୍କ ସମେତ କିଛି ବନ୍ଧୁ ମାନଙ୍କୁ ଉପହାର ଦେବା ପାଇଁ ବିଭିନ୍ନ ପ୍ରକାରର ସମ୍ବଲପୁରୀ ବସ୍ତ୍ର କିଣିଥିଲେ। ଏହି ଅବସରରେ ଲୋକ ମହୋତ୍ସବ – ୨୦୨୦ ଅଭ୍ୟର୍ଥନା କମିଟୀର ଆବାହକ ଭୋଲା ଶଙ୍କର ମହତମ, ଗୋପାଳ ଚନ୍ଦ୍ର ନାଥ, ଦୁର୍ଗା ଦାସ, ତର୍ପଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସମ୍ବଲପୁରୀ ବସ୍ତ୍ର ସର୍ମ୍ପକରେ ଇଲାଙ୍କୁ ସୂଚନା ଦେଇଥିଲେ।

Comments are closed.