ଜୟନାରାୟଣ ପଙ୍କଜ ନୂତନ ଉତ୍ତରାଞ୍ଚଳ ପୁଲିସ ଡିଆଇଜି 

ସମ୍ବଲପୁର : ସ୍ପେଶାଲ ଟାସ୍କ ଫୋର୍ସର ଡିଆଇଜି ଭାବରେ କାର୍ଯ୍ୟରତ ଆଇପିଏସ ଅଧିକାରୀ ଜୟନାରାୟଣ ପଙ୍କଜଙ୍କୁ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ର ଡିଆଇଜି ଭାବରେ ଅତିରିକ୍ତ ଭାର ପ୍ରଦାନ କରାଯାଇଛି। ଉତ୍ତରାଞ୍ଚଳ ଡିଆଇଜି ଭାବରେ କାର୍ଯ୍ୟରତ ବରିଷ୍ଠ ଆଇପିଏସ ଅଧିକାରୀ ହିମାଂଶୁ ଲାଲ କେନ୍ଦ୍ରୀୟ ଡେପୁଟେସନରେ ଯାଉଥିବାରୁ ଆଇପିଏସ ପଙ୍କଜଙ୍କୁ ଏହି ଦାୟିତ୍ୱ ଅତିରିକ୍ତ ଭାବରେ ସରକାର ପ୍ରଦାନ କରିଛନ୍ତି। ଆଇପିଏସ ଅଧିକାରୀ ପଙ୍କଜ ରାଜ୍ୟରେ ଚାଲୁଥିବା ବେଆଇନ ନିଶା କାରବାର ଉପରେ ବ୍ୟାପକ ଚଢ଼ଉ ଅଭିଯାନ କରି ବିପୁଳ ସଫଳତା ହାସଲ କରିଥିବା ବେଳେ ସେ କେନ୍ଦୁଝର, ଜଗତସିଂହପୁର ଆଦି ଜିଲାର ଏସପି ଭାବରେ ମଧ୍ୟ ଦାୟିତ୍ୱ ନିର୍ବାହ କରି ସାରିଛନ୍ତି। ସେ ପୂର୍ବରୁ ସମ୍ବଲପୁରରେ ଭିଜିଲାନ୍ସ ଏସପି ଭାବରେ ମଧ୍ୟ ସଫଳତାର ସହିତ ଦାୟିତ୍ୱ ସମ୍ପାଦନ କରି ସାରିଛନ୍ତି। ଶୁକ୍ରବାର ସକାଳ ପ୍ରାୟ ୯ଟା ସମୟରେ ସେ ସମ୍ବଲପୁର ଉତ୍ତରାଞ୍ଚଳ ରେଞ୍ଜ ପୁଲିସ ଡିଆଇଜି କାର୍ଯ୍ୟାଳୟରେ ତାଙ୍କର ଦାୟିତ୍ୱ ନେବେ ବୋଲି ଜଣାପଡିଛି।

Comments are closed.