ମେଡିକାଲ ଆଡଭାଇଜରୀ କାଉନସିଲର ସଦସ୍ୟ ହେଲେ ପ୍ରଫେସର ଦୀପକ ବେହେରା

ସମ୍ବଲପୁର :  ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୂଳପତି ପ୍ରଫେସର ଦୀପକ କୁମାର ବେହେରାଙ୍କୁ ସୋମବାର ନ୍ୟାସନାଲ ମେଡିକାଲ କମିସନର ମେଡିକାଲ ଆଡଭାଇଜରୀ କାଉନସିଲ ସଦସ୍ୟ ଭାବରେ ମନୋନୀତ କରାଯାଇଛି। ଏସର୍ମ୍ପକରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଜାରି ଗେଜେଟ ନୋଟିଫିକେସନ ଅନୁଯାୟୀ ଏହି ଘୋଷଣା କରାଯାଇଛି। ନ୍ୟାସନାଲ ମେଡିକାଲ କମିଶନ ଆଇନ, ୨୦୧୯ ଅନୁଯାଇ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ମେଡିକାଲ ବିଶ୍ୱବିଦ୍ୟାଳୟର ଜଣେ କୂଳପତିଙ୍କୁ ଏହି କାଉନସିଲର ସଦସ୍ୟ ଭାବରେ ସରକାର ମନୋନୀତ କରିବେ। ଏହି ସଦସ୍ୟ ମାନେ ଦେଶର ମେଡିକାଲ ଶିକ୍ଷା ସର୍ମ୍ପକିତ ନୀତି ନିର୍ଦ୍ଧାରଣ ଟ୍ରେନିଂ ପ୍ରକ୍ରିୟାରେ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କ ତରଫରୁ ମତ ଉପସ୍ଥାପନ କରିବେ। ଏହି କ୍ରମରେ ଓଡିଶା ସରକାର ଏହି ସଦସ୍ୟ ପଦ ପାଇଁ ପ୍ର. ଦୀପକ ଙ୍କର ନାମକୁ ସୁପାରିଶ କରିଥିଲେ। ସୂଚନାଯୋଗ୍ୟ ଯେ, ପ୍ର. ଦୀପକ ୨୦୧୩ ମସିହା ରୁ ୨୦୧୬ ମସିହା ପର୍ଯ୍ୟନ୍ତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଉପ କୂଳପତି ଦାୟିତ୍ୱ ତୁଲାଇଥିବା ବେଳେ ୨୦୧୮ ମସିହାରୁ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଉପ କୂଳପତି ଦାୟିତ୍ୱ ନିର୍ବାହ କରିଆସୁଛନ୍ତି।

 

Comments are closed.