ରଥଯାତ୍ରାରେ ସେବା ପାଇଁ ସମ୍ବଲପୁର ଏବିଭିପି ଦଳର ପୁରୀ ଯାତ୍ରା

ସମ୍ବଲପୁର: ବିଶ୍ୱପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ଙ୍କ ରଥ ଯାତ୍ରାରେ ଦେଶ ବିଦେଶରୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ସେବା ପାଇଁ ଅଖିଳ ବିଦ୍ୟାର୍ଥୀ ପରିଷଦ ସମ୍ବଲପୁର ଜିଲା ଶାଖାର ୩୫, ବରଗଡ଼ ଜିଲା ରୁ ୧୦ ଜଣ ଏବଂ ଦେବଗଡ଼ ଜିଲାରୁ ୫ ଜଣ କାର୍ଯ୍ୟକର୍ତ୍ତା ଙ୍କ ସମେତ ସମୁଦାୟ ୫୦ ଜଣ କାର୍ଯ୍ୟକର୍ତ୍ତା ପୁରୀ ଯାତ୍ରା କରିଛନ୍ତି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏବିଭିପି ଓଡ଼ିଶାକୁ ରଥଯାତ୍ରା ସମୟରେ ଭିଡ ନିୟନ୍ତ୍ରଣ ଓ ଚିକିତ୍ସା ବ୍ୟବସ୍ଥା କାର୍ଯ୍ୟରେ ସହାୟତା କରିବାର ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି। ସାରା ରାଜ୍ୟର ବିଭିନ୍ନ ଜିଲାରୁ ୧ ହଜାରରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ସେବା କରିବା ପାଇଁ ପୁରୀ ପହୁଞ୍ôଚଛନ୍ତି। ରାଜ୍ୟ ସହ ସମ୍ପାଦକ ସ୍ୱରାଜ ମିଶ୍ର, ବିଭାଗ ସଂଯୋଜକ ଶ୍ୱେତାଂଶୁ ଶେଖର ବରାଇ, ବିଭାଗ ସହ ସଂଯୋଜକ ସୌମ୍ୟ ରଞ୍ଜନ ବଡପଣ୍ଡା, ଜିଲା ସଂଯୋଜକ ଅଭିଳାଷ ମେହେର, ଓ ଜିଲା ସହ ସଂଯୋଜକ ଯଶବର୍ଦ୍ଧନ ତିୱାରୀଙ୍କ ନେତୃତ୍ୱରେ ଏହି ଦଳ ଗୁରୁବାର ପୁରୀକୁ ରେଳ ଯୋଗେ ଯାତ୍ରା କରିଛନ୍ତି।

Comments are closed.