ଦାଦାବଟି ମାଗିବା ସହିତ ପେଟ୍ରୋଲ ଟ୍ୟାଙ୍କରରେ ନିଆଁ ଲଗାଇବା ଉଦ୍ୟମ : ୨ ଗିରଫ

ସମ୍ବଲପୁର : ସମ୍ବଲପୁର ଆଜି ସକାଳୁ ଏକ ବଡଧରଣର ଅଘଟଣରୁ ବର୍ତ୍ତି ଯାଇଛି। ସହରର ମୁଦିପଡା ଛକ ଠାରେ ଥିବା ପେଟ୍ରୋଲ ପମ୍ପ ଠାରେ ଆଜି ସକାଳ ପ୍ରାୟ ସାଢ଼େ ୭ ଟାରେ ପେଟ୍ରୋଲ ଟେଙ୍କର ତେଲ ଅନଲୋଡ କରିବାକୁ ଆସିଥିବା ବେଳେ କିଛି ସ୍ଥାନୀୟ ଯୁବକ ଦାଦାବଟି ମାଗି ଥିଲେ । ପ୍ରାପ୍ତ ସୂଚନାନୁଯାୟୀ ତେଲ ଟ୍ୟାଙ୍କର ତେଲ ଅନଲୋଡ଼ କରିବା ସମୟରେ ସ୍ଥାନୀୟ ଅଞ୍ଚଳର ୨ ଜଣ ଯୁବକ ଆସି ୫ ହଜାର ଟଙ୍କା ଦାବି କରିଥିଲେ। ତେବେ ଡ୍ରାଇଭର ଦାଦା ବଟି ନ ଦେବାରୁ ସେହି ଅସାମାଜିକ ଯୁବକ ମାନେ ତେଲ ଟ୍ୟାଙ୍କର ଉପରକୁ ଚଢ଼ିଯାଇ ମାଚିସ ମାରି ନିଆ ଲଗାଇବାକୁ ଚେଷ୍ଟା କରିଥିଲେ। ସୌଭାଗ୍ୟବସତଃ ମାଚିସ୍ ନ ଜଳିବାରୁ ତେଲ ଟ୍ୟାଙ୍କର ରେ ନିଆଁ ଲାଗି ପାରିନଥିଲା ।

ପରେ ପେଟ୍ରୋଲ ପମ୍ଫରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ଅସାମାଜିକ ଯୁବକ ମାନଙ୍କୁ କାବୁ କରି ଟାଉନଥାନା କୁ ଖବର ଦେଇଥିଲେ ।ପେଟ୍ରୋଲ ପମ୍ଫ ମାଲିକ ପ୍ରମୋଦ ବାଙ୍କା ଏ ନେଇ ଟାଉନ ଥାନା ରେ ଅଭିଯୋଗ କରିଛନ୍ତି । ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନିଆ ଲଗାଇବାକୁ ଉଦ୍ୟମ କରିଥିବା ଦୁଇ ଯୁବକ ରୋନିଟ ବେହେରା ଓ ରାଜୁ ସେନ୍ଦ୍ରିୟା କୁ ଏକ ମାମଲା ରୁଜୁ କରି ଗିରଫ କରଛି। ସମସ୍ତ ଘଟଣା ସିସିଟିଭି ରେ କଏଦ ହୋଇଯାଇଛି।

Comments are closed.