ହସ୍ପିଟାଲରେ ବନ୍ୟା ପାଣି ସୁଅ

ମାନେଶ୍ଵର/ଧମା: ସମ୍ବଲପୁର ଜିଲା ମାନେଶ୍ଵର ବ୍ଲକ ଧମା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବନ୍ୟା ଜଳ ପସି ଯାଇଥିବା ଚିତ୍ର ଦେଖିବାକୁ ମିଳିଛି। ଫଳରେ ରୋଗୀ ମାନେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହସ୍ପିଟାଲରେ ପ୍ରତ୍ୟୋକ ଦିନ ସଂଖ୍ୟଧିକ ରୋଗୀ ନାମ ପଞ୍ଜିକରଣ ହେଉଛି।
ସୂଚନା ଅନୁଯାୟୀ, ଧମା ହାଇସ୍କୁଲ ଠାରୁ ଏକ ନାଳ ହସ୍ପିଟାଲକୁ ଲାଗିଛି। ଫଳରେ ବନ୍ୟା ଜଳ ସିଧା ସଳଖ ହସ୍ପିଟାଲ ମୁହାଁ ହେଉଛି। ବନ୍ୟା ଜଳ ନିଷ୍କାସନ ପାଇଁ ରାସ୍ତା ନ ଥିବାରୁ ଅଳିଆ ଆବର୍ଜନା ଗୁଡିକ ହସ୍ପିଟାଲ ପରିସରରେ ଭାସୁଥିବା ଦେଖିବାକୁ ମିଳିଛି। ଯାହା ଫଳରେ ହସ୍ପିଟାଲର ପରିବେଶ ନଷ୍ଟ ହେଉଥିବା ଚିତ୍ର ସାମ୍ନାକୁ ଆସିଛି।