ରାସନ କାର୍ଡ ବଣ୍ଟନରେ ଅନିୟମିତତା ଅଭିଯୋଗ ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଘେରିଲା ସମ୍ବଲପୁର ବିଜେପି

ସମ୍ବଲପୁର :  କୋଭିଡ-୧୯ ପାଇଁ ଉପୁଜିଥିବା ସାମ୍ପ୍ରତିକ ପରିସ୍ଥିତି କୁ ନେଇ ଦେଖିବାକୁ ମିଳିଛି ଦୁଇ ପ୍ରକାର ର ଛବି । ଗୋଟିଏ ପଟେ ରୋଗ, ମୃତ୍ୟୁ, ସଂକ୍ରମଣ ଭୟ ର ନକାରାତ୍ମକ ଦୃଶ୍ୟ ତ ଅନ୍ୟ ପଟେ ମାନବସେବା, ସ୍ୱଚ୍ଛତା, ନିଶା ମୁକ୍ତ ଓ ଅପରାଧ ମୁକ୍ତ ସମାଜ ର ସକାରାତ୍ମକ ଦୃଶ୍ୟ । ଏହା ସହିତ କୋଭିଡ-୧୯ କିଛି ମାତ୍ରାରେ ଖୋଲିଦେଇଛି ରାଜ୍ୟ ସରକାରଙ୍କ ଅସଲ ମୁଖା । ଗୋଟିଏ ପଟେ ରାଜ୍ୟ କୁ ଫେରୁଥିବା ପ୍ରବାସୀ ଓଡ଼ିଆ ଙ୍କ ସଂଖ୍ୟା ରାଜ୍ୟରେ ବଢିଥିବା ବେକାରୀ ଓ ଦାଦନ ର ଚିତ୍ର ସ୍ପଷ୍ଟ କରୁଛି ତ ଅନ୍ୟ ପଟେ ବସ୍ତି ବାସିନ୍ଦା ଙ୍କୁ ସେବା ଯୋଗାଉଥୁବା ବେଳେ ଧରପଡିଛି ରାସନ କାର୍ଡ ବଣ୍ଟନ ର ପ୍ରକୃତ ଚିତ୍ର । ବିଭିନ୍ନ ସାମାଜିକ, ସ୍ବେଚ୍ଛାସେବୀ, ରାଜନୈତିକ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ବସ୍ତି ଅଞ୍ଚଳରେ ବିଗତ ଦିନରେ ବହୁତ ସେବାମୂଳକ କାର୍ୟ୍ୟ ହାତକୁ ନିଆଯାଇଛି । ବିଶେଷ କରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ର ସୁଫଳ ବହୁତ ପ୍ରକୃତ ହିତାଧିକାରୀ ଙ୍କୁ ମିଳିପାରି ନାହିଁ । ପ୍ରକୃତ ଗରିବ ଙ୍କ ପାଖରେ ରାସନ କାର୍ଡ ନାହିଁ, ବୃଦ୍ଧ ବୃଦ୍ଧା, ବିକଳାଙ୍ଗ, ବିଧବା, ଶ୍ରମିକ ଙ୍କ ପାଖରେ ଭତ୍ତା କାର୍ଡ ନାହିଁ । ସ୍ଥାନୀୟ ପ୍ରଶାସନ ଓ ବିଭାଗୀୟ କତ୍ତୃପକ୍ଷ ଙ୍କ ଦୁର୍ନୀତି, ଚରମ ଅବହେଳା ଓ ପାତର ଅନ୍ତର ନୀତି ଯୋଗୁଁ ଆଜି ଯେଉଁ ପ୍ରକୃତ ହିତାଧିକାରୀ ସରକାରୀ ଯୋଜନା ଓ ସାହାଯ୍ୟ ରୁ ବଞ୍ଚିତ ।

ରାସନ କାର୍ଡ ନଥିବାରୁ ଲକଡାଉନ ସମୟରେ ବହୁତ ଗରିବ ଲୋକ ଖାଦ୍ୟ ସୁରକ୍ଷା ଯୋଜନାର ସୁଫଳ ପାଇ ପାରିନାହାନ୍ତି । ଏଇ ମଧ୍ୟରେ ପୁଣି କିଛି ରାସନ କାର୍ଡ ବଣ୍ଟନ ପାଇଁ ସରକାର ଯୋଜନା କରି ସମସ୍ତ ଜିଲ୍ଲା କୁ କିଛି କିଛି ନୂତନ ହିତାଧିକାରୀ ଙ୍କୁ ଯୋଡିବା କୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ସମ୍ବଲପୁର ଜିଲ୍ଲା ଦେଖିବାକୁ ମିଳିଛି ବ୍ୟତିକ୍ରମ ଓ ସେଥିରେ ମଧ୍ୟ ଦୁର୍ନୀତି ର ଗନ୍ଧ ବାହାରିଛି । ରାସନ କାର୍ଡ କରେଇ ଦେବା ପାଇଁ କିଛି ଦଲାଲ ୧୦୦୦ ରୁ ୨୦୦୦ ପର୍ୟ୍ୟନ୍ତ ଦାବୀ କରୁଛନ୍ତି । ଏଭଳି ସଙ୍ଗିନ ଓ ଗୁରୁତର ଅଭିଯୋଗ ନେଇ ଆଜି ସମ୍ବଲପୁର ଜିଲ୍ଲା ବିଜେପି ସାକ୍ଷାତ କରିଛି ସମ୍ବଲପୁର ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ । ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗିରିଶ ପଟେଲ ଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ଦଳ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ସମସ୍ତ ବିଷୟରେ ଅବଗତ କରାଇଥିଲେ ଓ ଶୀଘ୍ର ଏଇ ଦଲାଲ ଙ୍କୁ ଚିହ୍ନଟ କରିବା ସଙ୍ଗେ ସଙ୍ଗେ ଦଲାଲ ଙ୍କ ସହ ମିଶିଥିବା ବିଭାଗୀୟ କର୍ମଚାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ତତ୍ ସଙ୍ଗେ ସଙ୍ଗେ ଦଳ ଆହୁରି ମଧ୍ୟ ଅଭିଯୋଗ କରିଛି ଯେ ଗତ ସାଧାରଣ ନିର୍ବାଚନ ଠିକ ପୂର୍ବରୁ ବଣ୍ଟନ କରାଯାଇଥିବା ୨୫୦୦ ରାସନ କାର୍ଡ ମଧ୍ୟ ପ୍ରକୃତ ହିତାଧିକାରୀ ଙ୍କୁ ଦିଆନଯାଇ ଶାସକ ଦଳ ର ଦଳୀୟ ସମର୍ଥକଙ୍କୁ ଦିଆ ଯାଇଛି । ତେଣୁ ସେ ରାସନ କାର୍ଡ ଧାରୀମାନେ ମଧ୍ୟ ସନ୍ଦେହ ଘରେ ରେ ରହିଛନ୍ତି । ତେଣୁ ତାର ମଧ୍ୟ ଉଚିତ ତଦନ୍ତ କରାଯିବାର ଆବଶ୍ୟକତା ରହିଛି ।

ଏହା ସହିତ ସମଲେଶ୍ବରୀ ମଣ୍ଡଳ ଅଧୀନରେ ଥିବା ୱାର୍ଡ ନମ୍ବର ୧୩,୧୪,୧୫,୧୬,୧୭,୧୮ ରୁ ସଂଗୃହିତ ୮୦୦ ରୁ ଉର୍ଦ୍ଧ ରାସନ କାର୍ଡ ଆବେଦନ ଫର୍ମ ମଧ୍ୟ ହସ୍ତାନ୍ତର କରାଗଲା । ପୂର୍ବରୁ ମଧ୍ୟ ଏହି ମଣ୍ଡଳ ତରଫରୁ ୫୦୦ ରୁ ଉର୍ଦ୍ଧ ଆବେଦନ ଫର୍ମ ଦାଖଲ କରାଯାଇଛି ।
ପ୍ରତିନିଧି ଦଳରେ ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗିରିଶ ପଟେଲ ଙ୍କ ନେତୃତ୍ୱରେ ମହାନଦୀ ମଣ୍ଡଳ ସଭାପତି ସୁଶାନ୍ତ କୁମାର ପୁରୋହିତ, ସମଲେଶ୍ବରୀ ମଣ୍ଡଳ ସଭାପତି ଶମ୍ଭୁ ବରେଲିଆ, ବୀର ବିର୍ଶା ମୁଣ୍ଡା ମଣ୍ଡଳ ସଭାପତି ଗିରିଜା ସାହୁ, ସାକ୍ଷୀଗୋପୀନାଥ ମଣ୍ଡଳ ସଭାପତି ସରୋଜ ଘଡାଇ, ରାଜ୍ୟ ପ୍ରବକ୍ତା ଗୋବିନ୍ଦ ଅଗ୍ରୱାଲ କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଜିଲ୍ଲା ସାଧାରଣ ସମ୍ପାଦକ ଦାମୋଦର କର ଏବଂ ଅନିଲ ବେହେରା ଜିଲ୍ଲା ଉପସଭାପତି ଶ୍ରୀକାନ୍ତ ପଣିଗ୍ରାହୀ ଜିଲ୍ଲା ର ସକ୍ରିୟ କାର୍ୟ୍ୟକର୍ତ୍ତା ପ୍ରଦୀପ ବେହେରା, କଳ୍ପେଶ୍ଵର ପ୍ରଧାନ, ଶିବ ଦିୱାନ, ଉଲ୍ଲାସ ବାରିକ, ପିଣ୍ଟୁ ଓରାମ, ସନ୍ତୋଷ ଠାକୁର, ପ୍ରଭାତ ଶିବାସ ପ୍ରମୁଖ ସାମିଲ ଥିଲେ ।

Comments are closed.