ଅସହାୟଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି ଆଇଆଇଏମ ସମ୍ବଲପୁର

ସମ୍ବଲପୁର : କରୋନା ସଂକ୍ରମଣ ଭୟରେ ଲକ୍‌ଡାଉନ ଯୋଗୁ ସମ୍ବଲପୁର ଅଞ୍ଚଳରେ ବହୁ ଗରିବ ଅସହାୟ ଲୋକେ ପ୍ରଭାବିତ ହୋଇଥିବା ବେଳେ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି ଆଇଆଇଏମ ସମ୍ବଲପୁର। ସଂସ୍ଥାପକ୍ଷରୁ ଲୋକଙ୍କୁ ଖାଦ୍ୟ, ବାସଗୃହ ସହ ଅନ୍ୟାନ୍ୟ ମୌଳିକ ସହାୟତା ପ୍ରଦାନ କରୁଥିବା ବେଳେ କରେନାକୁ ପ୍ରତିହତ କରିବାକୁ ସାମାଜିକ ଦୁରତ୍ବ ରକ୍ଷା କରିବାକୁ ଲୋକଙ୍କୁ ସଚେତନ କରୁଛନ୍ତି।

ମହାମାରୀ କରେନା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏଥିରେ ଧନୀ ଗରିବ ସମସ୍ତେ ପ୍ରଭାବିତ। ମାତ୍ର ବିଶେଷ ଭାବେ ଗରିବ ଓ ଦିନ ମଜୁରିଆମାନେ ପ୍ରଭାବିତ ହୋଇଥିବାରୁ ସେମାନଙ୍କ ପ୍ରତି ମାନବିକତା ଦେଖାଇବା ଆବଶ୍ୟକ। ଏହି ଆହ୍ବାନକୁ ବୁଝି ସମ୍ବଲପୁର ଆଇଆଇଏମ ସହଯୋଗର ହାତ ବଢ଼ାଉଛି। ସଂସ୍ଥାର ସାମାଜିକ କ୍ଲବ ସଂକଳ୍ପ ସହ ଆଲୁମିନି ମିଶି ସମ୍ବଲପୁର ଓ ବୁର୍ଲାର ଆଖପାଖ ଅଂଚଳର ଗରିବ, ବିଲା ବିକାଳି, ପ୍ରବାସୀ ଶ୍ରମିକ ତଥା ଅସହାୟଙ୍କୁ ଖାଦ୍ୟ ଓ ବାସଗୃହ ସହାୟତା କରିବାକୁ ପଦକ୍ଷେପ ନିଆଯାଉଛି। କେବଳ ସମ୍ବଲପୁରର ୪୦୦ ପରିବାର ପାଖରେ ଆଇଆଇଏମ ସମ୍ବଲପୁର ସହାୟତା ପହଞ୍ଚାଇ ପାରିଥିବା ବେଳେ ଏହି କଠିନ ସମୟରେ ଏକତ୍ରିତ ହୋଇ କରୋନାକୁ ପ୍ରତିହତ କରିବାକୁ ସଂସ୍ଥାର ନିର୍ଦେଶ ପ୍ରଫେସର ମହାଦେଓ ଜୈସୱାଲ ଆହ୍ବାନ ଦେଇଛନ୍ତି।

 

 

Comments are closed.