ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅନ୍ୟ ଜଣେ କର୍ମଚାରୀଙ୍କ ଆତ୍ମହତ୍ୟା

ବୁର୍ଲା : ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ ଆତ୍ମହତ୍ୟା କରିଥିବା ଘଟଣା ସାମାନାକୁ ଆସିଛି। ତେବେ ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା କୋଭିଡ଼ ହସପିଟାଲରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ସମ୍ବଲପୁର ବିଶ୍ୱବିଦ୍ୟାଳୟର କର୍ମଚାରୀ ଜଣକ ହେଲେ ବୁର୍ଲା ବଲେରପଡାର ଯୋଗିମଣୀ ସୁନା (୪୮) ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଯୋଗିମଣୀ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ସେ ପ୍ଲମ୍ବର ହେଲପର ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଚୁକ୍ତିଭିତ୍ତିକ ଭାବରେ ସ୍ୱଳ୍ପ ଦରମାରେ କାମ କରି ଆସୁଥିଲେ ମାତ୍ର ତାଙ୍କର ପ୍ରାପ୍ୟ ବୃଦ୍ଧି ନ ହେବା ତଥା ନିୟମିତ କରାଯାଇ ନ ଥିଲା ବୋଲି ଜଣାପଡ଼ିଛି। ଦୀର୍ଘ ବର୍ଷ ଧରି ସେ କାମ କରି ଆସୁଥିଲେ ମଧ୍ୟ ତାଙ୍କର ପ୍ରାପ୍ୟ ବୃଦ୍ଧି ହୋଇ ନ ଥିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

ସୂଚନାଯୋଗ୍ୟ, କିଛିଦିନ ପୁର୍ବରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅନ୍ୟ ଜଣେ ଚୁକ୍ତିଭିତ୍ତିକ କର୍ମଚାରୀ ୰ଧର୍ମରାଜ ଦଲପତ ମଧ୍ୟ ଆତ୍ମହତ୍ୟା କରିଥିଲେ। ତାଙ୍କୁ ନା ନିୟମିତ କରାଯାଇଥିଲା ନା ପ୍ରାପ୍ୟ ବୃଦ୍ଧି କରାଯାଉଥିଲା। ଏଭଳିକି ୧୦ବର୍ଷରୁ ୩୦ ବର୍ଷ ବା ତଦୁର୍ଦ୍ଧ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅନେକ କର୍ମଚାରୀଙ୍କ ପ୍ରାପ୍ୟ ଅସଙ୍ଗତି ନା ଦୂର ହେଉଛି ନା ନିୟମିତ କରାଯାଉଥିବା ନେଇ କର୍ମଚାରୀ ଅଶାନ୍ତି ଲାଗିରହିଛି। ପରିବାର ଲୋକଙ୍କ କହିବାନୁସାରେ ଗତକାଲି ଦିନ ପ୍ରାୟ ୧୦ଟା ସମୟରେ କୌଣସି କାରଣକୁ କେନ୍ଦ୍ର କରି ଉଭୟ ସ୍ୱାମୀ-ସ୍ତ୍ରୀ ମଧ୍ୟରେ କୌଣସି କଥାକୁ କେନ୍ଦ୍ର କରି ବଚସା ହୋଇଥିଲା। ଏଥିରେ ରାଗିଯାଇ ଯୋଗିମଣୀ ବିଷପାନ କରି ଦେଇଥିଲେ ପରିବାର ଲୋକେ ଆନୁମାନ କରୁଛନ୍ତି। ତେବେ ମୁହଁରୁ ଫେଣ ବାହାରିବାରୁ ଚିକିତ୍ସା ପାଇଁ ତୁରନ୍ତ ବୁର୍ଲା ଭିମସାର ହସ୍ପିଟାଲକୁ ନେଇଥିଲେ। ସେଠାରେ କୋଭିଡ ପରିକ୍ଷା କରାଯାଇଥିଲା। ଏହାପରେ ସେ କରୋନା ପଜିଟିଭ ଥିବା ମଧ୍ୟ ଜଣାପଡିଥିଲା। ତେବେ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ରାତି ପ୍ରାୟ ୧୦ ଟା ସମୟରେ ତାଙ୍କ ମୃତ୍ୟୁ ଘଟିଥିବା ଭିମସାର ହସ୍ପିଟାଲ ସୁତ୍ରରୁ ସୂଚନା ମିଳିଛି । ତେବେ ଯୋଗିମଣୀଙ୍କ ଶବ ହସ୍ତାନ୍ତରକୁ ନେଇ ଅନେକ ଦୋଦୁଲ୍ୟମାନ ସ୍ତିତି ଉତ୍ପର୍ଣ୍ଣ ହୋଇଥିବା ବେଳେ ଆଜି ସଂନ୍ଧ୍ୟା ସମୟରେ ଶବକୁ ହସ୍ତାନ୍ତର କରିଦିଆ ଯାଇଥିବା ବେଳେ ଏହାକୁ ପରିବାର ବର୍ଗଙ୍କ ମଧ୍ୟରେ ତଥା କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏହାପରେ ଆଜି ଶବକୁ ଭିମସାର ହସ୍ପିଟାଲରେ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କ ଉପସ୍ଥିତିରେ ସମ୍ବଲପୁର ରାଜଘାଟ ଠାରେ ଶବସତ୍କାର କରାଯାଇଥିବା ଜଣାପଡିଛି। ଏହାକୁ ନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ ବର୍ଗଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

Comments are closed.