ସମ୍ବଲପୁର ରେଳ ମଣ୍ଡଳକୁ ବଡ ସଫଳତା

ସମ୍ବଲପୁର : ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳକୁ ବଡ ସଫଳତା ପ୍ରାପ୍ତ ହୋଇଛି। ସମ୍ବଲପୁର ରେଳ ମଣ୍ଡଳ ଅନ୍ତର୍ଗତ ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ ଓ କେସିଙ୍ଗା ଷ୍ଟେସନ ଗୁଡିକୁ ଷ୍ଟେସନ ପରିସର ମଧ୍ୟରେ ସବୁଜ ଓ ସ୍ୱଚ୍ଛତା ପରିବେଶ ଯାତ୍ରୀ ସୁବିଧା ତଥା ତତସମ୍ବନ୍ଧିତ ସେବା ପ୍ରଦାନ ପାଇଁ ପର୍ଯ୍ୟାବରଣ ପ୍ରବନ୍ଧନ ପ୍ରଣାଳୀ ପାଇଁ ପ୍ରମାଣପତ୍ର ପ୍ରାପ୍ତ ହୋଇଛି। ରେଳବାଇ ତରଫରୁ ଦିଆଯାଇଥିବା ସୂଚନାନୁଯାୟୀ, ଏହି ପ୍ରମାଣପତ୍ରର ଆକଳନ ଓ ପ୍ରମାଣୀକରଣ କାର୍ଯ୍ୟ ଅଟାବୁ ସାର୍ଟିଫିକେସନ ପ୍ରାଇଭେଟ ଲିମିଟେଡ ଦ୍ୱାର କରାଯାଇଛି। ଏହି ପ୍ରମାଣପତ୍ର ପ୍ରାପ୍ତ ପରେ ସମ୍ବଲପୁର ମଣ୍ଡଳ ରେଳ ପ୍ରବନ୍ଧକ ପ୍ରଦୀପ କୁମାର ଏଥିପାଇଁ ଅଧିକାରୀ, କର୍ମଚାରୀ ତଥା ଷ୍ଟେସନ କର୍ମଚାରୀମାନଙ୍କୁ ସେମାନଙ୍କର ଉତ୍କୃଷ୍ଟ ପ୍ରୟାସ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏହି ପ୍ରମାଣପତ୍ର ସମ୍ବଲପୁର ରେଳ ମଣ୍ଡଳ ପାଇଁ ଏକ ବଡ ଉପଲବ୍ଧି ହୋଇଥିବା ବେଳେ ଏହା ସେବା ପ୍ରଦାନରେ ଗୁଣବତ୍ତାର ଉନ୍ନତି ସହିତ ପର୍ଯ୍ୟାବରଣ ପ୍ରବନ୍ଧନ ପ୍ରଣାଳୀରେ ମଧ୍ୟ ବିଶେଷ ସହାୟକ ହେବ ବୋଲି ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାର କହିଛନ୍ତି। ପୂର୍ବରୁ ସମ୍ବଲପୁର ରେଳ ମଣ୍ଡଳ ଅର୍ନ୍ତଗତ ‘ସମ୍ବଲପୁର’ ରେଳ ଷ୍ଟେସନ ସର୍ବଭାରତୀୟ ସ୍ତରରେ ‘ଏ’ ବର୍ଗର ମାନ୍ୟତା ପ୍ରାପ୍ତ କରିଥିବା ବେଳେ ପ୍ରମାଣପତ୍ର ପ୍ରାପ୍ତ କରିବାରେ ସଫଳ ହୋଇଛି।

Comments are closed.