ସମ୍ବଲପୁରରେ ପୁଲିସ – ଅପରାଧୀ ମୁହାଁମୁହିଁ : ମୁଖ୍ୟ ଅଭିଯୁକ୍ତ ସରଫରାଜ୍ ଗିରଫ

ସମ୍ବଲପୁର : ଝାରସୁଗୁଡ଼ା – ସମ୍ବଲପୁର ସୀମାରେ ଏକ ଡକାୟତି ଯୋଜନାକୁ ଠେଲକୁଲି ପୁଲିସ ଓ ଏକ ସ୍ୱତନ୍ତ୍ର ଟିମ ମିଳିତ ଭାବେ ଚଢାଉ କରି ପଣ୍ଡ କରିଛନ୍ତି। ଚଢାଉ ସମୟରେ ପୁଲିସ ଓ ଅପରାଧୀ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଏଥିରେ ଜଣେ ପୁଲିସ କନଷ୍ଟେବଳ ଗୁରୁତର ହୋଇଥିବା ବେଳେ ଅପରାଧୀ ବାବୁ କଙ୍ଗ୍ ଓରଫ ସରଫରାଜ୍ ଖାନ ଓ ତା’ର ସହୋଯୋଗୀ ଗିରଫ ହୋଇଛନ୍ତି । ଦେଖନ୍ତୁ ଭିଡିଓ –

ସୁଚନା ଅନୁଯାୟୀ, ଚଢ଼ାଉ ସମୟରେ ପୁଲିସ ଓ ଅପରାଧି ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।  ପ୍ରଥମେ  ଅପରାଧି ସରଫରାଜ ଗୁଳି କରିଥିଲା ଓ ପୁଲିସ ଏହାର ପାଲଟା ଜବାବ ଦେଇଥିଲା। ପରେ ସରଫରାଜ ଓ ତାର ସହଯୋଗୀମାନଙ୍କୁ ପୁଲିସ କାବୁ କରିଥିଲା। ସରଫରାଜ ନାମରେ ରାଜ୍ୟ ଓ ରାଜ୍ୟ ବାହାରେ ଶତାଧିକ ମାମଲା ରହିଥିବା ଜଣା ପଡ଼ିଛି। ଘଟଣା ସ୍ଥଳରୁ ଗୋଟିଏ ମଟର ସାଇକେଲ, ପିସ୍ତଲ, କ୍ୟାଟ୍ରିଜ ଜବତ କରାଯାଇଛି।

Comments are closed.