ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ସମର୍ପଣ ଦିବସ ପାଳିତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଜିଲ୍ଲା କାର୍ଯ୍ୟାଳୟ ଠାରେ ସମର୍ପଣ ଦିବସ ପାଳିତ ହୋଇଯାଇଛି। ପୂର୍ବତନ ଜିଲ୍ଲା ସଭାପତି ମନୋରଂଜନ ଦାଶ ଯୋଗଦେଇ ସ୍ୱର୍ଗତ ପଣ୍ଡିତ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ନେତା ପ୍ରେମାନନ୍ଦ ମିଶ୍ର, ସତ୍ୟାନନ୍ଦ ପାଣ୍ଡେ, ସ୍ୱଚ୍ଛ ଭାରତ ସଂଯୋଜକ ଶ୍ୟାମସୁନ୍ଦର ପୁରୋହିତ, ନଗର ସଭାପତି ବ୍ୟମକେଶ ମହାପାତ୍ର, ତାପସ ପଟ୍ଟନାୟକ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ନମିତା ରାଣୀ ଦାଶ, ନବୀନ ହୋତା, ଦେବବ୍ରତ ପୁରୋହିତ ପ୍ରମୁଖ ଯୋଗଦେଇଥିଲେ।