କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ବୌଦ୍ଧଜିଲା ଗସ୍ତ

ହରଭଙ୍ଗା : କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ବୁଧୁବାର ବୌଦ୍ଧଜିଲ୍ଲା ଗସ୍ତରେ ଆସି ଜିଲାପାଳ ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀଙ୍କ ସହ କୋଭିଡ-୧୯ର ସମୀକ୍ଷା କରିଥିବା ଜଣାପଡିଛି। ଏ ନେଇ ବୌଦ୍ଧ ସର୍କୀଟ ହାଉସରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ସାଂସଦଙ୍କ ସହିତ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ୍‍, ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର , ବୌଦ୍ଧ ଏସ.ପି ଭି ରଘୁନାଥ ରାଓ, ବୌଦ୍ଧ ପି.ଡି ଶଶାଙ୍କ ଶେଖର ଦାଶ, ବୌଦ୍ଧ ଉପଜିଲ୍ଲାପାଳ ଏନ.ସି ଜ୍ୟୋତିରଂଜନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ସାଂସଦ ପାଣ୍ଠିରୁ କୋଭିଡ-୧୯ ମୁକାବିଲା ଓ ଭିତିଭୂମି ନିର୍ମାଣ ପାଇଁ ସେ ମଞ୍ଜୁର କରିଥିବା ୭୦ ଲକ୍ଷ ଟଙ୍କା ବିନିଯୋଗର ସମୀକ୍ଷା କରିବା ସହିତ ଅନ୍ୟାନ୍ୟ ବିଷୟରେ ଆଲୋଚନା ହୋଇଥିଲା। ପରେପରେ ବୌଦ୍ଧସ୍ଥିତ କୋଭିଡ ହେଲଥ୍‍ ସେଣ୍ଟର ପରିଦର୍ଶନ କରିବା ସହିତ ଏହାର ସୁବିଧା ଅସୁବିଧା ବିଷୟରେ ବୌଦ୍ଧ ସି.ଡି.ଏମ.ଓ ଲକ୍ଷ୍ମୀଧର ସାହୁଙ୍କ ସହିତ ଆଲୋଚନା କରିଥିଲେ। ଶେଷରେ ହରଭଙ୍ଗା ବ୍ଲକ ବାମଣ୍ଡସ୍ଥିତ ମଡେଲ ଡିଗ୍ରୀ କଲେଜ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ ରହୁଥିବା ଅନ୍ତେବାସୀଙ୍କ ଖାଦ୍ୟ, ପେୟ ଅନ୍ୟାନ୍ୟ ସୁବିଧା ଅସୁବିଧା ପଚାରିବୁଝିଥିଲେ।

ସୂଚନା ଥାଉ କି, କରୋନା ମୁକାବିଲା ପାଇଁ ଭିତ୍ତିଭୂମି ପ୍ରସ୍ତୁତ ସକାଶେ ସାଂସଦ ବୌଦ୍ଧ, କଂଟାମାଳ ନିର୍ବାଚନ ମଣ୍ଡଳୀକୁ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୭୦ଲକ୍ଷ ଟଙ୍କା ପ୍ରଦାନ କରିଥିଲେ।

Comments are closed.