ବିଧାୟକଙ୍କ ଜନକଲ୍ୟାଣକାରୀ ଯୋଜନା ସମୁହର ଉଦଘାଟନ

ସମ୍ବଲପୁର:ସମ୍ବଲପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ମହାନଗର ନିଗମ ଅର୍ନ୍ତଗତ ବିଭିନ୍ନ ୱାର୍ଡରେ ଜନକଲ୍ୟାଣକାରୀ ଯୋଜନା ଗୁଡିକର ଉଦଘାଟନ କରିବା ସହିତ ଜନଶୁଣାଣୀ କରିଛନ୍ତି। ସୋମବାର ବିଧାୟକ ମିଶ୍ର ୱାର୍ଡ ସଂଖ୍ୟା ୨୩ର ଚେରୁଆପଡା ଠାରେ ବିଧାୟକ ପାଣ୍ଠିରୁ ନିର୍ମିତ ଏକ ଦୁଇ ମହଲା ବିଶିଷ୍ଟ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କରିଛନ୍ତି। ଏହି ଅବସରରେ ଜନଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇ ଜନତାଙ୍କ ବିଭିନ୍ନ ସୁବିଧା ଅସୁବିଧା ସର୍ମ୍ପକରେ ଅବଗତ ହୋଇ ସମାଧାନ କରାଯିବ ବୋଲି କହିଥିଲେ। ଏଥି ସହ ୱାର୍ଡ ସଂଖ୍ୟା ୩୫ର ଧନୁପାଲି ଆମ୍ବେଦକର ନଗର ଠାରେ ମଧ୍ୟ ବିଧାୟକ ପାଣ୍ଠିରୁ ପ୍ରଦତ୍ତ ଅର୍ଥରୁ ନିର୍ମିତ ଏକ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କରିଥିଲେ। ଉଦଘାଟନ ପରେ ଅଞ୍ଚଳବାସୀଙ୍କ ସହିତ କଥାବାର୍ତ୍ତା ହୋଇ ଅଞ୍ଚଳରେ ଲାଗି ରହିଥିବା ସୁବିଧା ଅସୁବିଧା ସର୍ମ୍ପକରେ ଅବଗତ ହୋଇ ସମାଧାନ ନିମନ୍ତେ ବିହିତ ପଦକ୍ଷେପ ନିଆଯିବ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ। ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଯେତେ ଅପଚେଷ୍ଟା ସତ୍ୱେ ମଧ୍ୟ ଉନ୍ନତୀମୂଳକ କାର୍ଯ୍ୟ ଜାରି ରହିବ ବୋଲି ବିଧାୟକ ମିଶ୍ର ଦୃଢ଼ୋକ୍ତିର ସହିତ କହିଛନ୍ତି। କାର୍ଯ୍ୟକ୍ରମ ଗୁଡିକରେ ଜିଲା କୃଷକ ମୋର୍ଚ୍ଚା ସଭାପତି ସମୀର ରଞ୍ଜନ ବାବୁ, ଯୁବ ନେତା ପ୍ରଭୁଦତ୍ତ ପଣ୍ଡା, ପ୍ରଭାସିନୀ ଦାଶ, ସୁବର୍ଣ୍ଣ କଅଁର, ଅରବିନ୍ଦ ମେହେରଙ୍କ ସମେତ ଶତାଧିକ ଅଞ୍ଚଳବାସୀ ଯୋଗ ଦେଇଥିଲେ।

Comments are closed.