ପୂର୍ଣ୍ଣାହୁତି ସହ ତୁଷୁରା ସମଲେଇ ଯାତ୍ରା ସଂପନ୍ନ

ତୁଷୁରା: ତୁଷୁରା ସହରର ଅଧୀଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କ ତ୍ରିଦିନାତ୍ମକ ଶାରଦୀୟ ପର୍ବ ଚଣ୍ଡୀଜଜ୍ଞ ବା ସମଲେଇ ଯାତ୍ରା ରବିବାର ପୁଣ୍ଣାହୂତି ସହ ସଂପନ୍ନ ହୋଇଛି। ରବିବାର ରାତ୍ରୀ ୧୨ଟା ୨୧ ମିନିଟରେ ମାଁ ନଡିଆ ଆହୂତି ଦେଇ ଯାତ୍ରାର ପୁଣ୍ଣାହୂତି ହୋଇଥିଲା।ସୋମବାର ମାଁ ସିଂହବାହିନୀ ବେଶରେ ଦର୍ଶନ ଦେଉଛନ୍ତି। ସୋମବାର ଦଶମୀ ଦିନ ମାଁ ଭକ୍ତଙ୍କ ହାରୀଗୁହାରୀ ଶୁଣିବା ସହ ଚଣ୍ଡୀ ମାଁଙ୍କ ପୀଠରେ ଭକ୍ତମାନେ ୬୨ ଗୋଟି ଛାଗବଳି ଅର୍ପଣ କରିଥିଲେ। ଚାଂଟିପଦର ଗ୍ରାମର ଅଶୋକ ପ୍ରଧାନୀ ମାଁଙ୍କ ବରୁଆ କାର୍ୟ୍ୟ ତୁଲାଇଥିଲେ। ମାଁ’ଙ୍କ ପୀଠରେ ପ୍ରତିଦିନ ସଂଧ୍ୟ୍ୟା ରେ ମଙ୍ଗଳ ଆରତୀ ହୋଇଥିବା ବେଳେ ରାତିରେ ସାଂସ୍କ୍ରୁତିକ କାର୍ୟ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।

ସରୋଜ ପ୍ରଧାନ ଓ ତାଙ୍କ ପତ୍ନୀ ସଂଯୁକ୍ତା କର୍ତ୍ତା ଭାବେ କାର୍ୟ୍ୟ ତୁଲାଇଥିବା ବେଳେ କୁଞ୍ଜ ବିହାରୀ ମିଶ୍ର, ଅମରୀଶ ପାଣିଗ୍ରାହୀ, ସୁଶୀଲ ମିଶ୍ର, ମୁରଲୀ ମିଶ୍ର, ଦିନ ଦୟାଲ ଶର୍ମା ଓ ଗୋପାଳ ପାଣ୍ଡୀଆ ଯଜ୍ଞରେ ପୂଜକ ଭାବେ କାର୍ୟ୍ୟ ତୁଲାଇଥିଲେ। ତୁଷୁରା ମାରୱାଡି ଯୁବା ମଞ୍ଚ ପକ୍ଷରୁ ତିନି ଦିନ ଧରି ମାଁ’ଙ୍କ ପୀଠରେ ଲାଗି ହୋଇଥିବା ବୁନ୍ଦିର ସୱାମଣୀ ଭୋଗ ଭକ୍ତମାନଙ୍କୁ ବଣ୍ଟନ କରାଯାଇଥୀଲା। ଏହି କାର୍ୟ୍ୟକ୍ରମରେ ସଭାପତି ପ୍ରଭାସ ଚନ୍ଦ୍ର ପ୍ରଧାନ, ଉପସଭାପତି ରତନଲାଲ ଜୈନ, ଟଙ୍କଧର ପ୍ରଧାନ, ରାଖାଲ ସରାଫ, ଚିତରଂଜନ ମହାଣା, ଲିସନ ପ୍ରଧାନ, ଗୋପାଳ ବାଗ ତଥା ବହୁ ସ୍ବେଚ୍ଛାସେବୀ ସଦସ୍ୟମାନେ ଏହି ଯାତ୍ରାରେ ସହଯୋଗ କରିଥିଲେ। ଆସନ୍ତା ୧୦ ତାରିଖ ଦିନ ମାଁ’ଙ୍କ ପୀଠରେ ଅଷ୍ଟ ମଙ୍ଗଳା ପର୍ବ ଅନୁଷ୍ଟିତ ହେବ।

Comments are closed.