ସମଲେଶ୍ଵରୀ ଏକ୍ସପ୍ରେସ୍ ଦୁର୍ଘଟଣାଗସ୍ଥ , ୩ ରେଳବାଇ କର୍ମଚାରୀ ମୃତ

ରାୟଗଡ଼ା : ରାୟଗଡ଼ା ସିଙ୍ଗାପୁର ରୋଡ଼୍-କେଉଟଗୁଡ଼ା ରେଳପଥ ମଝିରେ ମଙ୍ଗଳବାର ଅପରାହ୍ନରେ ସମଲେଶ୍ଵରୀ ଏକ୍ସପ୍ରେସ୍ ଦୁର୍ଘଟଣାଗସ୍ଥ ହେବାଫଳରେ ୩ ରେଳବାଇ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ସାମ୍ନାରୁ ଆସୁଥିବା ଏକ ଇଞ୍ଜିନ୍ ସମଲେଶ୍ଵରୀକୁ ଧକ୍କା ଦେଇଥିଲା । ଯାହା ଫଳରେ ସମଲେଶ୍ଵରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଥିଲା। ସୂଚନା ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି। ଏହି ଦୁର୍ଘଟଣାରେ ୩ ରେଳ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ରେଲୱେ ପକ୍ଷରୁ କୁହାଯାଇଛି। କର୍ତ୍ତବ୍ୟରେ ଅବହେଳା ଲାଗି ୨ ଷ୍ଟେଶନ୍‌ ମାଷ୍ଟରଙ୍କୁ ନିଲମ୍ବନ କରାଯାଇଛି।

Comments are closed.