ସମଲେଶ୍ବରୀ କ୍ରିକେଟ: ଆମ୍ବବାହାଲ ଦଳ ଚମ୍ପିୟନ

ପଦ୍ମପୁର:  ପଦ୍ମପୁର ଉପଖଣ୍ତ ଦହିତା ଗ୍ରାମ ପଞ୍ଚାୟତ ଆମ୍ବବାହାଲ କ୍ରିକେଟ ଗ୍ରାଉଣ୍ତରେ ଚାଲିଥିବା ଷଷ୍ଠ ସମଲେଶ୍ବରୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ଆମ୍ବବାହାଲ ଓ ଚୁଲାଦରୋ ଦଳ ସହ ହୋଇଥିଲା ।ଆମ୍ବବାହଲ ଦଳ ଚମ୍ପିୟନ ହୋଇଥିବା ବେଳେ ଚୁଲାଦରୋ ଦଳ ରନର୍ସ ହୋଇଛନ୍ତି । ରାଜା ପଟ୍ଟନାୟକ ଓ ସୁଶାନ୍ତ ସାହୁ ଖେଳ ପରିଚାଲନା କରିଥିଲେ ଏବଂ ସୁଶାନ୍ତ ପ୍ରଧାନ ଉଦଘୋଷକ ଥିଲେ । ଯୁବ ନେତା ରମଣୀ ରଞ୍ଜନ ହୋତା ମୁଖ୍ୟ ଅତିଥି ,ଲକ୍ଷ୍ମିକାନ୍ତ ମେହେର ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ବିଜୟୀ ଦଳକୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ ।ଟୁର୍ଣ୍ଣାମେଣ୍ଟଟି ଶୃଂଖଳିତ ଭାବରେ ହୋଇଥିବାରୁ ଆୟୋଜକ କମିଟୀ ସମସ୍ତ ସହଯୋଗୀମାନଂକୁ ଧନ୍ୟବାଦ ଜଣାଇଛନ୍ତି ।

Comments are closed.