ମା’ ସମଲେଶ୍ୱରୀଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ : ମା’ଙ୍କର ଆଜି ଶୈଳପୁତ୍ରୀ ବେଶ

ସମ୍ବଲପୁର: ଶନିବାର ପ୍ରାତଃ ସମୟରୁ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ ହୋଇଛି । ଭୋରରୁ ମା’ଙ୍କର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ଅପରାହ୍ନ ୩ ଟାରେ ମା’ଙ୍କର ଶୈଳପୁତ୍ରୀ ବେଶ କରାଯିବ। ଫଳରେ ମା’ ଭକ୍ତଙ୍କୁ ଶୈଳପୁତ୍ରୀ ବେଶରେ ଦର୍ଶନ ଦେବେ । ମା’ଙ୍କର ଏହି ଶୃଙ୍ଗାର ବେଶର ଅନେକ ମହତ୍ତ୍ୱ ରଖିଛି।
ବିଶେଷକରି ଆଜି ବେଲପତ୍ର ଏବଂ ସୁନାରେ ମା’ଙ୍କର ଏହି ଶୃଙ୍ଗାର ବେଶ କରାଯାଇଥାଏ। ଆସନ୍ତା ୯ ଦିନ ପର୍ୟ୍ୟନ୍ତ ଅର୍ଥାତ ଏହି ନବରାତ୍ରର ନଅ ଦିନରେ ମା’ ସମଲେଶ୍ୱରୀ ଭିନ୍ନ ଭିନ୍ନ ବେଶରେ ପୂଜା ପାଇବେ । କୋଭିଡ ପାଇଁ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଉପରେ ସମ୍ପୂର୍ଣ କଟକଣା ଲଗାଯାଇଛି । ତେବେ ପ୍ରଶାସନର ଅନୁମତି ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ମନ୍ଦିର ଭିତରେ ଭକ୍ତ ମାନଙ୍କ ପାଇଁ ପୂଜାରୀମାନେ ମାନସିକ ଦୀପ ପ୍ରଜ୍ୱଳନ କରିଛନ୍ତି । ବିଶ୍ୱାସ ରହିଛି ନବରାତ୍ର ସମୟରେ ଦ୍ୱୀପ ପ୍ରଜ୍ୱଳନ କଲେ ସମସ୍ତ ମାନସିକ ପୂରଣ ହୋଇଥାଏ । ଏଣୁ ଆଜିଠାରୁ ୯ ଦିନ ପର୍ୟ୍ୟନ୍ତ ଏହି ମାନସିକ ଦୀପ ପ୍ରଜ୍ୱଳନ କରାଯାଇଥାଏ ।

Comments are closed.