ସମାଜ ଲାଇଭ୍‌ ପ୍ରଭାବ: ପୀଡିତ ନବୀନ ପରାଭୋଇ ମାଆ ରାଏମତୀର ଦୁଃଖ ଶୁଣିଲା ବିଦ୍ୟୁତ୍ ବିଭାଗ

କଲମପୁର : କଲମପୁର ବ୍ଲକ ଅନ୍ତର୍ଗତ ପଣ୍ଡିଗାଁ ଜଗନ୍ନାଥ ପରାଭୋଇଙ୍କ ୯ ବର୍ଷିୟ ପୁଅ ନବୀନ ପରାଭୋଇ ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ପଡିଯାଇ ଆହତ ହୋଇଥିଲେ। ବାପା ଜଗନ୍ନାଥ ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରେ ଦାଦନ ଖଟୁଥିବା ବେଳେ ମାଆ ରାଏମତି ଘରେ ଏକା। ମାଆ ଗାଳିକୁ ଡରି ଦୁର୍ଘଟଣା ସମ୍ବନ୍ଧରେ କାହାକୁ କହିଥିଲା ନବୀନ। କିନ୍ତୁ ଘଟଣାର କିଛି ଦିନପରେ ଜଂଘ ଓ ପେଟରେ ଯନ୍ତ୍ରଣା ବୃଦ୍ଧି ପାଇବା ଯୋଗୁଁ ଘଟଣା ଜଣାପଡିଥିଲା। ତୁରନ୍ତ ମାଆ ରାଏମତୀ କଲମପୁର, ଭବାନୀପାଟଣା ଓ ଶେଷରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜରେ ମାସାଧିକ କାଳ ଚିକିତ୍ସିତ କରାଯାଇଥିଲା। ଭିମସା ତରଫରୁ ଏକ ବିଦ୍ୟୁତ୍ ଚାଳିତ ଯନ୍ତ୍ର ପ୍ରଦାନ କରାଯାଇଛି। ଯାହାଦ୍ଵାରା ସେ ହାତ ଗୋଡ ଖେଳାଇ ପାରିବ। କିନ୍ତୁ ନବୀନର ଘରେ ବିଦ୍ୟୁତ୍ ସଂଯୋଗ ନ ଥିବାରୁ ନବୀନର ଚିକିତ୍ସାରେ ଉଭୟ ଅର୍ଥ ଓ ବିଦ୍ୟୁତ ବାଧକ ଥିବା ନେଇ ‘ସମାଜ’ ଲାଇଭରେ ଖବର ପ୍ରକାଶିତ ହେବା ପରେ ବରଗଡ଼ ପାଇକମାଳର ସମାଜସେବୀ ଦୀପା ବାରିକ, କଳାହାଣ୍ଡି ଭବାନୀପାଟଣାର ସମାଜସେବୀ ତଥା ଅନ୍ତୋଦୟର ଅଧ୍ୟକ୍ଷ ଦିଲିପ କୁମାର ଦାସ ଟ୍ବିଟ୍‌ ମାଧ୍ୟମରେ ଶକ୍ତି ମନ୍ତ୍ରୀ, ମୁଖ୍ୟ ମନ୍ତ୍ରୀଙ୍କ ସମେତ ବିଭାଗୀୟ ଅଧିକାରୀମାନଙ୍କୁ ଜଣାଇଥିଲେ। ଆମର ପ୍ରକାଶନର ୨୪ ଘଣ୍ଟା ନ ପୁରୁଣୁ ଶୁକ୍ରବାର ସକାଳୁ ପୀଡିତ ନବୀନର ଘରକୁ ବିଦ୍ୟୁତ୍ ସଂଯୋଗ କରାଯାଇଛି।

Comments are closed.