ସନ୍ଧ୍ୟା ୭ଟାର ମୁଖ୍ୟ ଖବର

– ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିଛନ୍ତି।
– ଅର୍ଥନୈତିକ ମନ୍ଥରତା ସୃଷ୍ଟି ହେବା ନେଇ ବ୍ୟାଙ୍କ ଅଫ୍‍ ଇଂଲଣ୍ଡର ଚେତାବନୀ, ଚଳିତବର୍ଷର ଶେଷ ୩ ମାସରେ ବ୍ରିଟେନ ଅର୍ଥନୀତି ମନ୍ଥର ରହିବାର ପୂର୍ବାନୁମାନ।
– ଆସନ୍ତାକାଲି ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ, ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ସଂସଦ ଭବନ ମଧ୍ୟରେ ଭୋଟ୍‍ ଗ୍ରହଣ ହେବ।
– ଦରବୃଦ୍ଧି, ଜିଏସି ଓ ବେକାରୀ ସମସ୍ୟାକୁ ନେଇ କଂଗ୍ରେସର ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ।
– ମୁଦ୍ରାସ୍ପିତି ନିୟନ୍ତ୍ରଣ ପାଇଁ ରିଜର୍ଭ ବ୍ୟାଙ୍କର ବଡ ପଦକ୍ଷେପ,୫୦ ବେସିସ୍‍ ପଏଣ୍ଟ ରେପୋ ରେଟ୍‍ ବଢାଇଲା ରିଜର୍ଭ ବ୍ୟାଙ୍କ .. ରେପୋ ରେଟ୍‍ ବଢିବା ପରେ ମହଙ୍ଗା ହେବ ଗୃହ ଓ କାର ଋଣ
– ଗଞ୍ଜାମ ଜୟନ୍ତୀପୁର ଦିବ୍ୟସିଂହ ବିଦ୍ୟାପୀଠ ଖେଳ ଶିକ୍ଷକ ଦନାର୍ଦ୍ଦନ ସାହୁଙ୍କ ଅମାପ ସମ୍ପତ୍ତି ଠାବ କଲା ଭିଜିଲାନ୍ସ, ଦନାର୍ଦ୍ଦନଙ୍କ ୬ଟି କୋଠା, ବିପୁଳ ସୁନାଗହଣା ଓ ଗାଡ଼ି ଠାବ।
– ରାୟଗଡ଼ା ଚନ୍ଦ୍ରପୁରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୪୧ଜଣ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ, ଅଧିକାଂଶ ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଜିଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ ସୂଚନା ଦେଇଛନ୍ତି।

Comments are closed.