ଧାମରା ବାତ୍ୟାଞ୍ଚଳରେ ‘ସମାଜ’ ପକ୍ଷରୁ ରିଲିଫ ବଣ୍ଟନ

ଚାନ୍ଦବାଲି: ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟଙ୍କ ତତ୍ତ୍ବାବଧାନରେ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଧାମରା ବାତ୍ୟା ଅଞ୍ଚଳରେ ବିପନ୍ନଙ୍କୁ ରିଲିଫ ବଣ୍ଟନ କରାଯାଇଛି। କଇଥଖୋଲା, ଦୋସିଙ୍ଗା ଓ ଧାମରାରେ ୨୫୦ରୁ ଊର୍ଦ୍ଧ୍ବ ବିପନ୍ନଙ୍କୁ ଏହି ରିଲିଫ ବଣ୍ଟନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କଇଥଖୋଲା ସରପଞ୍ଚ ଅଶୋକ ସିଟ, ଦୋସିଙ୍ଗା ସମିତି ସଭ୍ୟ ନରେନ୍ଦ୍ର ମାଇତି, ଧାମରାର ସମାଜସେବୀ ଶରତ ଦଳାଇ ପ୍ରମୁଖ ସହାୟତା କରିଥିଲେ।

‘ସମାଜ’ ଜିଲା ପ୍ରତିନିଧି ସ୍ମୃତି ରଞ୍ଜନ ସାହୁଙ୍କ ଉପସ୍ଥିତିରେ ଚାନ୍ଦବାଲି ପ୍ରତିନିଧି ଅକ୍ଷୟ ବଳ, ଧାମରା ପ୍ରତିନିଧି ହିମାଂଶୁ ନାୟକ ପ୍ରମୁଖ ଏହି କାର୍ଯ୍ୟକୁ ପରିଚାଳନା କରିଥିଲେ। ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଇଛି।

Comments are closed.