୪୩ ହଜାର କୋଟିରେ ତିଆରି ହେବ ୬ ବୁଡ଼ାଜାହାଜ

ନୂଆଦିଲ୍ଲୀ: ନୌସେନାର ଶକ୍ତି ବୃଦ୍ଧି ପୂର୍ବକ ଭାରତ ତିଆରି କରିବ ୬ଟି ଅତ୍ୟାଧୁନିକ ବୁଡାଜାହାଜ। ଏଥିପାଇଁ ଖର୍ଚ୍ଚ ହେବ ୪୩ହଜାର କୋଟି ଟଙ୍କା। ଏହି ବୁଡାଜାହାଜ ତିଆରି ଯୋଜନାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ଅନୁମୋଦନ କରିଛି। ଏହି ବୁଡାଜାହାଜ ନିର୍ମାଣ ଯୋଜନାର ନାମ ରଖାଯାଇଛି ‘ପି-୭୫ ଇଣ୍ଡିଆ’।

ଆଗାମୀ ୧୨ବର୍ଷ ମଧ୍ୟରେ ଏହି ଯୋଜନାକୁ ସମ୍ପୂର୍ଣ୍ଣ କରାଯିବ। ବୁଡାଜାହାଜଗୁଡିକ ସ୍ବଦେଶରେ ନିର୍ମାଣ କରାଯିବ। ପଡୋଶୀ ତଥା ଶତ୍ରୁ ରାଷ୍ଟ୍ର ଚୀନ ନୌସେନାର ଶକ୍ତିକୁ ମୁକାବିଲା କରିବା ଲାଗି ଭାରତ ଏପରି ବୁଡାଜାହାଜ ନିର୍ମାଣ କରିବାକୁ ଜରୁରୀ ମନେ କରିଛି। ଏହି ବୁଡାଜାହାଜ ନିର୍ମାଣ ନିମନ୍ତେ ଭାରତ ଏହାର ପ୍ରମୁଖ ପ୍ରତିରକ୍ଷା ସହଯୋଗୀ ରାଷ୍ଟ୍ରର ସହାୟତା ନେବ। ଏହି ବୁଡାଜାହାଜ ନିର୍ମାଣ ଯୋଜନାକୁ ଅନୁମୋଦନ ସହିତ ପ୍ରତିରକ୍ଷା ମନ୍ତ୍ରଣାଳୟ ୬୮୦୦ କୋଟି ଟଙ୍କାର ବିଭିନ୍ନ ଅସ୍ତ୍ରଶସ୍ତ୍ର ଓ ପ୍ରତିରକ୍ଷା ଯନ୍ତ୍ରାଂଶ କ୍ରୟକୁ ଶୁକ୍ରବାର ଅନୁମୋଦନ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ବ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଏହିସବୁକୁ ଅନୁମୋଦନ କରିଛି।

Comments are closed.