ସିବିଆଇ ଅଧିକାରୀଙ୍କୁ ଜିନ୍ସ, ଟି-ସାର୍ଟ ମନା

ନୂଆଦିଲ୍ଲୀ: ସିବିଆଇ ଅଧିକାରୀଙ୍କ ପୋଷାକ ଉପରେ କଟକଣା ଲଗାଇଛନ୍ତି ନୂଆ ନିର୍ଦେଶକ ସୁବୋଧ କୁମାର ଜୟସ୍ବାଲ। ତାଙ୍କ ଦ୍ବାରା ଜାରି ନିର୍ଦେଶନାମାରେ ପୁରୁଷ ଓ ମହିଳା ଅଧିକାରୀଙ୍କ ପାଇଁ ପୃଥକ ପୋଷାକ ପରିଧାନ ବ୍ୟବସ୍ଥା ରହିଛି। ସିବିଆଇ କର୍ମଚାରୀମାନେ ଏଣିକି ଜିନ୍ସ, ଟି-ସାର୍ଟ କିମ୍ବା ସ୍ପୋର୍ଟସ୍‌ (କ୍ରୀଡ଼ା) ଜୋତା ପିନ୍ଧି କର୍ତ୍ତବ୍ୟ କ୍ଷେତ୍ରକୁ ଆସିପାରିବେ ନାହିଁ। ଏହା ପରିବର୍ତ୍ତେ କେବଳ ଫର୍ମାଲ ବା ଆନୁଷ୍ଠାନିକ ପ୍ୟାଣ୍ଟ ବା ସାର୍ଟ, ଶାଢ଼ି ତଥା ଆନୁଷ୍ଠାନିକ ସୁଟ୍‌ ପିନ୍ଧି କାର୍ଯ୍ୟ କ୍ଷେତ୍ରକୁ ଆସିବେ ବୋଲି ଜୟସ୍ବାଲ ନିର୍ଦେଶନାମା ଜାରି କରିଛନ୍ତି।

Comments are closed.