‘ସମାଜ’ ବିତରକଙ୍କ ପରଲୋକ

ରେଙ୍ଗାଲି : ରେଙ୍ଗାଲି ବ୍ଳକ୍ ଝାଙ୍କରପାଲି ଏବଂ ଏବଂ କତରବଗା ଗ୍ରାମ ପଞ୍ଚାୟତର ଦୈନିକ ‘ସମାଜ’ର ଗ୍ରାହକ ମାନଙ୍କୁ ଖବର କାଗଜ ବିତରଣ କରୁଥିବା ଦେବକୁମାର ସାହୁ(୫୧)ଙ୍କର ଆଜି କତରବଗା ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ହେଲା କର୍କଟ ରୋଗ ରେ ଆକ୍ରନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଜଣେ ସରଳ, ନିଷ୍କପଟ, ପରୋପକାରୀ ଏବଂ ବନ୍ଧୁ ବତ୍ସଳ ବ୍ୟକ୍ତି ଭାବେ ସେ ଏ  ଅଞ୍ଚଳରେ ପରିଚିତ ଥିଲେ। ତାଙ୍କର ମୃତ୍ୟୁରେ ପରିଚିତ ମହଲରେ ଶୋକର ଛାୟା ଖେଳି ଯାଇଛି । ମୃତ୍ୟୁର ଖବର ପାଇ ତାଙ୍କର ଜ୍ଞାତି ପରିଜନ, ବନ୍ଧୁ ବାନ୍ଧବ ଏବଂ ଆତ୍ମୀୟ ସ୍ୱଜନ ଅନ୍ତିମ ଦର୍ଶନ ପାଇଁ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହି ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ବ୍ୟକ୍ତ କରିଥିଲେ । ଗ୍ରାମ୍ୟ ଶ୍ମଶାନ ରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କର ଏକମାତ୍ର ପୁତ୍ର ଦୀପକ କୁମାର ସାହୁ ମୁଖାଗ୍ନୀ ଦେଇଥିଲେ।

Comments are closed.