‘ସମାଜ’ ପ୍ରଭାବ – ଆରଡି ବିଭାଗର ନିଦ ଭାଙ୍ଗିଲା

ଲୋଇସିଂହା: ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ନିର୍ମିତ ରାସ୍ତା ଗୁଡିକର ୫ ବର୍ଷ ପାଇଁ ରକ୍ଷଣା ବେକ୍ଷଣ ସ୍ଥାନୀୟ ଗ୍ରାମ୍ୟଉନ୍ନୟନ ବିଭାଗର ତତ୍ୱାବଧାନରେ ସଂପୃକ୍ତ ଠିକାଦରର ଦାୟିତ୍ୱ ରହିଛି ଏବଂ ଖିଲାପ କଲେ ତାର ସିକ୍ୟୁରିଟି ରଦ୍ଦ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ରହିଛି। ମାତ୍ର ଲୋଇସିଂହା ଆରଡି ବିଭାଗ ଅଧିନସ୍ଥ ଆଗଲପୁର ବ୍ଳକ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ଆଗଲପୁର ବ୍ଳକ ଅଂଚଳର ଅନେକ ଗୁଡିଏ ରାସ୍ତା ସ୍ଥାନୀୟ କନିଷ୍ଠ ଯନ୍ତ୍ରୀ ଙ୍କ ଆବଶ୍ୟକ ତତ୍ୱାବଧାନର ଅଭାବ ଯୋଗୁଁ ଅତନ୍ତ ନିମ୍ନ ମାନର କାମ ଯୋଗୁଁ ଶୋଚନୀୟ ହୋଇ ପଡିଛି। ଦୀର୍ଘ ୩/୪ ବର୍ଷ ଲେଖାଏଁ ବିତି ଯାଇଥିବା ବେଳେ ରକ୍ଷଣା ବେକ୍ଷଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ପଡି ରହିଥିଲେ ହେଁ ତାର ସୁବିନିଯୋଗ କରା ନ ଯାଇ ମରାମତି କରାଯାଉ ନ ଥିବାରୁ ଅଂଚଳବାସୀ ଗମନା ଗମନ ରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହି ଖବର ଗତ ସପ୍ତାହରେ ସମାଜ ପୃଷ୍ଠାରେ ପ୍ରକାଶ ପାଇବା ପରେ ଆର ଡି ବିଭାଗର ନିଦ ଭାଙ୍ଗିଛି। ଗତ ୨/୩ ଦିନ ହେଲା ନାମକୁ ମାତ୍ର ମରାମତି କରାଯାଉଥିବା ଦେଖା ଯାଉଛି। ମରାମତି ମାନ ନେଇ ମଧ୍ୟ ଅଂଚଳବାସୀ ପ୍ରଶ୍ନ କରୁଛନ୍ତି। କେଉଁ କାରଣରୁ ପ୍ରତିବର୍ଷ ମରାମତି କରାଯାଉ ନ ଥିଲା ବୋଲି ସ୍ଥାନୀୟ କନିଷ୍ଠ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ଜାଣିବାକୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ ଉଠାଉ ନ ଥିବାରୁ ପ୍ରତିକ୍ରିୟା ମିଳିପାରି ନାହିଁ। ଅନ୍ୟ ପକ୍ଷରେ ସ୍ଥାନୀୟ ସହକାରୀ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ ରାସ୍ତା ଗୁଡିକର ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାର ଖିଲାପ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।

Comments are closed.