ଦୈନିକ ଖବରକାଗଜ ‘ସମାଜ’ ପରିବାର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଭୁବନେଶ୍ୱର: ଦୈନିକ ଖବରକାଗଜ ‘ସମାଜ’ ପରିବାର ପକ୍ଷରୁ ‘ସେବା ଓ ସେବକ’ ସପ୍ତାହ ପାଳନ କରାଯାଉଛି । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ପୁଣ୍ୟତିଥି ଅବସରରେ ଭୁବନେଶ୍ୱରର ଖାରବେଳ ନଗର ସ୍ଥିତ ଉତ୍କଳ ସାମ୍ବାଦିକ ଭବନ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଅବସରରେ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗ ଦେବା ସହ କାର୍ଯ୍ୟକ୍ରମକୁ ଫିତାକାଟି ଉଦଘାଟନ କରିଥିଲେ । ତାଙ୍କସହ ଭୁବନେଶ୍ୱର ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମକୁ ଦୈନିକ ଖବରକାଗଜ ‘ସମାଜ’ ପରିବାର ପକ୍ଷରୁ ପରିଚାଳନା କରାଯାଇଥିବା ବେଳେ ଏଥିରେ ବହୁ ଯୁବ ପିଢ଼ି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରୁଥିବା ଦେଖିବାକୁ ମିଳିଥିଲା । ତାହା ସହ ପୁଲିସ, ସାମ୍ବାଦିକ ଓ କିଛି ବରିଷ୍ଠ ବ୍ୟକ୍ତି ମଧ୍ୟ ରକ୍ତଦାନ କରିଥିଲେ । ଏହି ଅବସରରେ ବହୁ ବୁଦ୍ଧିଜୀବୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ମନେ ପକାଇବା ସହ ତାଙ୍କର ସମାଜ ପ୍ରତି ରହିଥିବା ସମର୍ପଣ ଭାବକୁ ମନେ ପକାଇଥିଲେ ।

Comments are closed.