‘ସମାଜ’ କର୍ମଚାରୀଙ୍କ ପିତୃ ବିୟୋଗ

କଟକ : ‘ସମାଜ’ କଟକ​ରେ କାର୍ଯ୍ୟରତ ଚନ୍ଦନକୁମାର ରଣାଙ୍କ ପିତା ବୈଷ୍ଣବଚରଣ(୯୦)ଙ୍କର ମଙ୍ଗଳବାର ଅପରାହ୍ଣରେ ତୁଳସୀପୁରସ୍ଥିତ ବାସଭବନରେ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ୪ ପୁଅବୋହୂ, ୨ ଝିଅ ଜ୍ୱାଇଁ, ନାତିନାତୁଣୀଙ୍କ ସମେତ ପରିବାରର ବହୁ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ। ସେ ଜଣେ ପରୋପକାରୀ, ବନ୍ଧୁବତ୍ସଳ ବ୍ୟକ୍ତିିଭାବେ ବେଶ ପରିଚିତ ଥିଲେ। ତାଙ୍କ ବିୟୋଗରେ ‘ସମାଜ’ ପ୍ରକାଶକ ଓ ମୁଦ୍ରାକର ଶ୍ରୀ ନିରଞ୍ଜନ ରଥ, କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି, କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ପ୍ରମୁଖ ଗଭୀର ଶୋକପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଚହଟାସ୍ଥିତ କାଳୀ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ପୁଅ ତପନ ମୁଖାଗ୍ନି ଦେଇଥିଲେ।

Comments are closed.