କଣ୍ଟାବାଞ୍ଜିରେ ଗାଡିଲା ଶିକ୍ଷା ସଚେତନ ରଥ

କଣ୍ଟାବାଞ୍ଜି : ସମଗ୍ର ଶିକ୍ଷା ଅଭିଯାନ ବଲାଙ୍ଗୀର ପକ୍ଷରୁ ଓଡିଶା ସରକାରଙ୍କ ଶିକ୍ଷା ସଚେତନ ରଥ ଗୁରୁବାର କଣ୍ଟାବାଞ୍ଜି ଵିଜ୍ଞପିତ ଅଞ୍ଚଳ ପରିଷଦ ଶିକ୍ଷା କ୍ଲଷ୍ଟରର ସମସ୍ତ ସରକାରୀ ବିଦ୍ୟାଳୟ ପରିକ୍ରମା କରିଥିଲା। ମହାବିଷୁବ ପଣସଂକ୍ରାନ୍ତି ଛୁଟି ଦିବସ ସତ୍ୱେ ଶିକ୍ଷା ରଥକୁ ଭବ୍ୟ ସ୍ବାଗତ କରାଯାଇଥିଲା। ଗୋଷ୍ଠୀ ସାଧନ କର୍ମୀ ଦିନେଶ ମହାନନ୍ଦଙ୍କ ନେତୃତ୍ୱରେ ସହର ସମସ୍ତ ସାହି ବସ୍ତିକୁ ରଥ ଗାଡ଼ିଥିଲା। ଶିକ୍ଷା ରଥ ଅଶୋକ ନଗର ସ୍କୁଲରେ ପହଞ୍ଚିବା ପରେ ନଗରପାଳ ବରିୟାମ ସିଂହ ସାଲୁଜା ଏହାକୁ ସ୍ୱାଗତ କରି ପାଛୋଟି ନେଇ ଥିଲେ, ଏବଂ ଉପସ୍ଥିତ କୁନି କୁନି ଛାତ୍ର, ଛାତ୍ରୀ ଓ ଉପସ୍ଥିତ ଅଭିଭାବକଙ୍କୁ ଶିକ୍ଷା ସମ୍ବନ୍ଧୀୟ ସଚେତନ ବାର୍ତ୍ତା ଦେଇଥିଲେ। ରଥ ପରିକ୍ରମାର ସୁପରି ଚାଳନା ପାଇଁ ଝଙ୍କାର ପଡ଼ା ସ୍କୁଲ ପ୍ରଧାନ ଶିକ୍ଷକ କୁବାତ ଅଲ୍ଲୀ, ସହକାରୀ ଶିକ୍ଷୟିତ୍ରୀ ନୋଡାଲ ସ୍କୁଲ ଅଞ୍ଜଳି ମାଝି, ମଲ୍ଲିକ ଆବିଦ, ସିଆରସିସି କୁକୁଡ଼ା ହାଡ଼ ଅନୁପ କୁମାର ଦାସ ସହ ଯୋଗ କରିଥିବା ବେଳେ, ଅଶୋକ ନଗର ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଜୟନ୍ତୀ ଷଡ଼ଙ୍ଗୀ, ସହକାରୀ ଶିକ୍ଷୟତ୍ରୀ ଲବଣି ଧରୁଆ, ରାଜେଶ୍ରୀ ତ୍ରିପାଠୀ, ନିରୁପମା ମିଶ୍ର, ସୀମନ୍ତିନି ପାଣିଗ୍ରାହୀ, ସରସ୍ବତୀ ବଗର୍ତ୍ତୀ, ଶାନ୍ତି ପ୍ରିୟା ଦାସ, ଏମ. ବିନିତା, ଯଶୋଦା ବିଡ଼ିକା, ବୈଜୟନ୍ତୀ ବାଗ, ସବିତା ମହାପାତ୍ର, ପ୍ରମୁଖ ଉପସ୍ଥିତ ରହି ରଥକୁ ଭବ୍ୟ ସ୍ୱାଗତ କରିବା ଦେଖା ଯାଇଥିଲା।

Comments are closed.