୧୦ ଲକ୍ଷ ଟଙ୍କାର ଚୋରା ଗଞ୍ଜେଇ ଜବତ ; ୪ ଗିରଫ

ସମ୍ବଲପୁର : ସମ୍ବଲପୁର ଅଵକରୀ ବିଭାଗକୁ ମିଳିଛି ବଡ ସଫଳତା । ଅବକାରୀ ବିଭାଗ ସମ୍ବଲପୁର ଆଜି ଏକ କାରରେ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସମୟରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଵା ସହ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ।
ସୂଚନା ଅନୁସାରେ ଆଜି ସକାଳୁ ୯ ଟା ସମୟରେ ଅବକାରୀ ବିଭାଗର ଟିମ ସମ୍ବଲପୁର ଝାରସୁଗୁଡା ବିଜୁ ଏସ୍କପ୍ରେସ ୱେର ଶାସନ ଥାନା କିଳାସମା ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇଁ ଗାଡିକୁ ପିଛା କରି କାବୁ କରିଥିଲେ । ଏହି ଗାଡିଟି ୟୁପି ରାଜ୍ୟର ନମ୍ବରରେ ରେଜିଷ୍ଟ୍ରେସନ ହୋଇଥିବା ବେଳେ ଗାଡିର ସିଟ ତଳେ ଗଞ୍ଜେଇ ରଖାଯାଇ ଚତୁରତା ସହ ଚୋରାଚାଲାଣ କରାଯାଉଥିଲା । ତେବେ ଅବକାରୀ ଟିମ ଗାଡି ମଧ୍ୟରୁ ପାଖାପାଖି ୧ କୁଇଣ୍ଟାଲ ୩୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୧୮୫୦୦ ଟଙ୍କା ଓ ୨ ମୋବାଇଲକୁ ଜବତ କରିଛି । ଏଥିସହ ଗଞ୍ଜେଇ ଚୋରାଚାଲାଣ ଘଟଣାର ଅବକାରୀ ବିଭାଗ ବିହାର ରାଜ୍ୟର ୨ ଜଣ ଓ ଉତ୍ତର ପ୍ରଦେଶ ରାଜ୍ୟର ୨ ଜଣ ମୋଟ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋଟ ଚାଲାଣ କରିଥିବା ସୂଚନା ମିଳିଛି । ଏହି ଗଞ୍ଜେଇକୁ କୋରାପୁଟ ରୁ ଉତ୍ତର ପ୍ରଦେଶ ରାଜ୍ୟକୁ ଚାଲାଣ ହେଉଥିବା ଅବକାରୀ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

Comments are closed.