ସ୍ୱାସ୍ଥ୍ୟ ପାଇଁ କେଉଁ ପ୍ରକାର ଲୁଣ ଲାଭଦାୟକ

ଖାଦ୍ୟରେ ଯେତେ ପ୍ରକାରର ମସଲା ପକାଇଲେ ମଧ୍ୟ ଲୁଣ ବିନା ଖାଦ୍ୟଦ୍ରବ୍ୟ ସ୍ୱାଦହୀନ ଅଟେ। ତେଣୁ ସମସ୍ତ ପ୍ରକାରର ଖାଦ୍ୟଦ୍ରବ୍ୟରେ ଲୁଣ ପକାଇବା ଅପରିହାର୍ଯ୍ୟ ଅଟେ। ଏତଦ ବ୍ୟତୀତ ଭିନ୍ନ ପ୍ରକାରର ଲୁଣ ଶରୀର ପାଇଁ କିଭଳି ଉପକାରୀ ତାହା ଜାଣିବା ମଧ୍ୟ ଆବଶ୍ୟକ। ଜାଣନ୍ତୁ , ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ କଣ……
ପାହାଡ଼ିଆ ଲୁଣ –
ପାହାଡ଼ିଆ ବା ସହଦେବ ଲୁଣ ସ୍ୱଚ୍ଛ ଏବଂ ଏଥିରେ କିଛି ଖଣିଜ ମିଶିଥିବାରୁ ଏହା ସାମାନ୍ୟ ଅନ୍ୟ ରଙ୍ଗର ମଧ୍ୟ ହୋଇଥାଏ। ଏହି ଲୁଣକୁ ମନ୍ଦିର ମାନଙ୍କରେ ହେଉଥିବା ରୋଷେଇ ଓ ପୂଜାପର୍ବରେ ପ୍ରସ୍ତୁତ ଖାଦ୍ୟରେ ଅଧିକ ବ୍ୟବହୃତ ହୁଏ।
କଳା ଲୁଣ –
ଏତଦ୍‍ ବ୍ୟତୀତ କଳା ରଙ୍ଗର ଲୁଣ ମଧ୍ୟ ରହିଛି। ଏହି କଳା ଲୁଣରେ ଲୌହ ଓ ଗନ୍ଧକ ରହିଛି। ଏହାକୁ ଖାଦ୍ୟଦ୍ରବ୍ୟରେ ପକାଇ ଖାଇଲେ ଖାଦ୍ୟ ସହଜରେ ହଜମ ହୋଇଥାଏ।
ସାମୁଦ୍ରିକ ଲୁଣରେ ଆୟୋଡ଼ିନର ପରିମାଣ ଅଧିକ ଥାଏ। ଏହା ଆମ ସ୍ୱାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ ଅଟେ। ଆୟୋଡ଼ିନ ଅଭାବରୁ ଗଳଗଣ୍ଡ ରୋଗ ହୋଇଥାଏ। ତେଣୁ ସଠିକ୍‍ ପରିମାଣରେ ଆୟୋଡ଼ିନ ଯୁକ୍ତ ଲୁଣ ଖାଇବା ନିହାତି ଆବଶ୍ୟକ।
ଲୁଣ ବିନା କୌଣସି ଖାଦ୍ୟ ଖାଇବା ଅନୁଚିତ। କାରଣ ତାହା ସହଜରେ ହଜମ ହୋଇ ନଥାଏ।
ଅଧିକ ପରିମାଣରେ ମଧ୍ୟ ଲୁଣ ଖାଇବା ଉଚିତ ନୁହେଁ। ବେଶି ଲୁଣ ଖାଇବା ବହୁ ରୋଗର କାରଣ ହୋଇଥାଏ।

Comments are closed.