ସଲମାନଙ୍କ ପୁତୁରା ଅବଦୁଲ୍ଲା ଖାନଙ୍କ ଦେହାନ୍ତ

ମୁମ୍ବଇ: ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ପୁତୁରା ଅବଦୁଲ ଖାନଙ୍କ ଦେହାନ୍ତ ହୋଇଯାଇଛି। ତାଙ୍କୁ ୩୮ ବର୍ଷ ହୋଇଥିଲା। ସେ ମୁମ୍ବାଇର ଲିଳାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି। ହୃଦ୍‌ଜନିତ ସମସ୍ୟା ଯୋଗୁ କିଛିଦିନ ହେଲା ସେ କୋକିଳବେନ ଧୀରୁଭାଇ ଆମ୍ବାନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ଅବସ୍ଥା ଅଧିକ ଜଟିଳ ହେବାରୁ ଗତ ଶନିବାର ତାଙ୍କୁ ଲିଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୋମବାର ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ସେ ଜଣେ ଆମାୟିକ ବ୍ୟକ୍ତି ଥିଲେ। ବଡି ବିଲ୍ଡିଂ ତାଙ୍କର ଏକ ନିଶା ଥିଲା। ପୁତୁରାଙ୍କ ମୃତ୍ୟୁ ପରେ ସଲମାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ଅବଦୁଲ୍ଲାଙ୍କ ସହିତ ତାଙ୍କର ଏକ ଫଟୋକୁ ସଲମାନ ସୋସିଆଲ ମିଡିଆରେ ଶେୟାର କରିବା ସହିତ ‘ତୁମକୁ ସବୁବେଳେ ଭଲ ପାଇବି’ ବୋଲି ଲେଖିଛନ୍ତି।

Comments are closed.