ବିଲରେ ହଳ କରି ଧାନ ରୋଇଲେ ସଲମାନ୍‌

ନୂଆଦିଲ୍ଲୀ: ଲକଡାଉନ୍‌ ସମୟରେ ସେଲିବ୍ରିଟିମାନଙ୍କ ନୂଆ ନୂଆ ଅନ୍ଦାଜ ପ୍ରଶଂସକମାନଙ୍କୁ ବେଶ୍‌ ମନୋରଞ୍ଜନର ଖେରାକ ଯୋଗାଉଛି। ଏହି କ୍ରମରେ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ବି ପଛରେ ପଡ଼ି ନାହାନ୍ତି। ଲକ୍‌ଡାଉନ ଆରମ୍ଭରୁ ସେ କେତେବେଳେ ଘୋଡ଼ସବାରି କରୁଛନ୍ତି ତ କେତେବେଳେ ଅନ୍ୟକୁ ସହଯୋଗର ହାତ ବଢ଼ାଉଛନ୍ତି। ଏବେ ସେ ବିଲରେ ହଳ କରିବା ସହିତ ଧାନ ରୋଉଥିବା ନଜର ଆସିଛନ୍ତି।

 

View this post on Instagram

 

Farminggg

A post shared by Salman Khan (@beingsalmankhan) on

ଲକ୍‌ଡାଉନ ଆରମ୍ଭ ହେବା ଦିନଠାରୁ ସଲମାନ ମହାରାଷ୍ଟ୍ରର ପାନ୍‌ଭେଲସ୍ଥିତ ନିଜ ଫାର୍ମ ହାଉସରେ ରହୁଛନ୍ତି। ନିକଟରେ ସେ ଫାର୍ମ ହାଉସରେ ଥିବା ବିଲରେ ହଳ କରିଥିଲେ। ଏହା ପରେ ଧାନ ରୋଇଥିଲେ। ଏହାର ଏକ ଭିଡିଓକୁ ମଧ୍ୟ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ଯେଉଁଥିରେ ସେ ମାଟିରେ ଲଟପଟ୍‌ ହୋଇଥିବା ଦେଖିବାକୁ ମିଳିଛି। ଭିଡିଓରେ ସେ ଟ୍ରାକ୍ଟରରେ ହଳ କରୁଥିବା ଦେଖାଯାଇଛି। ଜଣେ କୃଷକ ହେବା କେତେ କଷ୍ଟକର ତାହା ବି ସେ ଅନୁଭବ କରିଛନ୍ତି। ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକମାନେ ଭିଡିଓକୁ ଦେଖି ଖୁସି ହେବା ସହିତ ବହୁତ କମେଣ୍ଟ ବି କରିଛନ୍ତି।

Comments are closed.