ବଡିଗାର୍ଡ଼ ଶେରାଙ୍କ ପୁଅକୁ ଲଞ୍ଚ୍ କରିବେ ସଲମାନ, ମନାଲୀରେ ହେବ ଶୁଟିଂ

ମୁମ୍ବଇ: ବଲିଉଡ଼ ଅଭିନେତା ସଲମାନ ଖାନ ଖୁବଶୀଘ୍ର ମନାଲୀରେ ଫିଲ୍ମ ଶୁଟିଂ ଆରମ୍ଭ କରିବେ। ସେ ଉଝୀ ଘାଟିର ନାଗର ସ୍ଥିତ ବଡାଗଡ଼ ରିସୋର୍ଟରେ ଏକ ଅସ୍ଥାୟୀ ଷ୍ଟୁଡିଓ କରି ମନାଲୀରେ ଶୁଟିଂ କରିବେ। ଖାସ୍ କଥା ହେଉଛି ଏହି ଫିଲ୍ମରେ ସେ ନିଜ ପ୍ରଡକ୍ସନ ହାଉସ ବ୍ୟାନରରେ ତାଙ୍କ ବଡିଗାର୍ଡ଼ ଶେରାଙ୍କ ପୁଅକୁ ଲଞ୍ଚ୍ କରିବେ।

ବଡିଗାର୍ଡ଼ ଶେରାଙ୍କୁ ସଲମାନ ଏହି ଚଳଚ୍ଚିତ୍ରର କିଛି କାର୍ଯ୍ୟଭାର ମଧ୍ୟ ଦେଇଛନ୍ତି। ତେଣୁ ଶେରା ତାଙ୍କ ପୁଅ ସହିତ ମନାଲୀର ବଡାଗଡ ରିସର୍ଟ ଆଣ୍ଡ ସ୍ପାଠାରେ କିଛିଦିନ ରହିବା ପରେ ଶୁକ୍ରବାର ମୁମ୍ବଇ ଫେରିଛନ୍ତି। ପୁଣି ଖୁବଶୀଘ୍ର ସେମାନେ ସଲମାନଙ୍କ ସହ ମନାଲୀ ଫେରିବେ ବୋଲି ଜଣାପଡ଼ିଛି।

Comments are closed.