ସିଦ୍ଧୁଙ୍କ ହତ୍ୟା ପରେ ସଲମାନଙ୍କ ସୁରକ୍ଷା ବଢାଇଲା ମୁମ୍ବାଇ ପୁଲିସ

ମୁମ୍ବାଇ: ଗାୟକ-ରାଜନେତା ସିଦ୍ଧୁ ମୁସେୱାଲାଙ୍କ ହତ୍ୟାର କିଛି ଦିନ ପରେ ମୁମ୍ବାଇ ପୁଲିସ ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ସୁରକ୍ଷା ବଢାଇ ଦେଇଛି। ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ମୁଖ୍ୟ ସନ୍ଦିଗ୍ଧ ଲରେନ୍ସ ବିଷ୍ଣୋଇ ଆଜିଠୁ ଚାରି ବର୍ଷ ପୂର୍ବେ ଅଭିନେତାଙ୍କ ଉପରେ ଆକ୍ରମଣ ଯୋଜନା କରିଥିଲା। ଏହାକୁ ଦୃଷ୍ଟିରେ ରଖି ପୁଲିସ ତାଙ୍କ ପ୍ରତି ବିପଦର ସ୍ତର ବିଶ୍ଳେଷଣ କରିବା ପରେ ସଲମାନ ଖାନଙ୍କ ସୁରକ୍ଷା ବଢାଇବାକୁ ନିଷ୍ପତ୍ତି ନେଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ତିହାର ଜେଲରେ ଅଛି।

ମିଡିଆ ରିପୋର୍ଟ ମୁତାବକ, ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ପୁଲିସକୁ ସଲମାନ ଖାନଙ୍କ ଉପରେ ଆକ୍ରମଣ ନେଇ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ନିଷ୍ପତ୍ତି ନିଆଯାଇଥିଲା ଯେ, ସଲମାନଙ୍କ ସହ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ସହିତ ଅଧା ଡଜନ ମୁମ୍ବାଇ ପୁଲିସ କନଷ୍ଟେବଳ ରହିବେ।

ସୂଚନାଯୋଗ୍ୟ, ମୁସେୱାଲାଙ୍କ ହତ୍ୟା ପାଇଁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ସମର୍ଥକ ଗୋଲ୍‌ଡି ବରାର ନିଜକୁ ଦାୟୀ କରିଛି। ଏହି ଗ୍ୟାଙ୍ଗ ପ୍ରାୟ ଚାରି ବର୍ଷ ପୂର୍ବେ ସଲମାନ ଖାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା।

Comments are closed.