ଆଇସୋଲେସନରେ ସଲମାନ ଖାନ

ଭାଇଜାନଙ୍କ ଡ୍ରାଇଭର ସମେତ ୨ କର୍ମଚାରୀଙ୍କୁ କରୋନା

ମୁମ୍ବାଇ :   ବଲିଉଡର ଭାଇଜାନ୍ ସଲମାନ ଖାନ ଆଇସୋଲେସନରେ ରହିଛନ୍ତି। ସଲମାନଙ୍କ ଡ୍ରାଇଭର ସମେତ ଅନ୍ୟ ୨ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାରୁ ସେ ଆଇସୋଲେସନରେ ରହିଥିବା ଜଣାପଡ଼ିଛି। ଆଜିକାଲି ସଲମାନ୍ କାର୍ଯ୍ୟରେ ବହୁତ ବ୍ୟସ୍ତ ରହୁଥିବାରୁ ଆଇସୋଲେସନରେ ରହିବା ଯୋଗୁ ତାଙ୍କ କାର୍ଯ୍ୟ ଉପରେ ଏହାର ପ୍ରଭାବ ପଡ଼ିପାରେ। ଏବେ ସଲମାନ ଟେଲିଭିଜନର ସବୁଠାରୁ ଲୋକପ୍ରିୟ ରିଆଲିଟି ସୋ ‘ବିଗ୍ ବସ୍’ ୧୪ର ହୋଷ୍ଟିଂ କରୁଛନ୍ତି। ତେବେ ଆଗାମୀ ଏପିସୋଡରେ ସେ ନଜର ଆସିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

 

Comments are closed.