୨୫ହଜାର ସିନେ କର୍ମଚାରୀଙ୍କୁ ସଲମାନଙ୍କ ଆର୍ଥିକ ସହାୟତା

ମୁମ୍ୱଇ: କରୋନା ଯୋଗୁଁ କାମ ହରାଇ ଦୁର୍ଦିନରେ ଥିବା ବଲିଉଡ୍‌ ଚଳଚ୍ଚିତ୍ର ଜଗତର କର୍ମଚାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଅଭିନେତା ସଲମାନ ଖାଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ କାର୍ଯ୍ୟକାରୀ କରିଛନ୍ତି। ପ୍ରାୟ ୨୫ହଜାର କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସେ ପ୍ରତ୍ୟେକଙ୍କ ପିଛା ୧୫୦୦ ଟଙ୍କା ଲେଖାଏଁ ଜମା କରିଥିବା କର୍ମଚାରୀ ସଂଘ ସଭାପତି ବି.ଏନ୍ ତିୱାରୀ ସୂଚନା ଦେଇଛନ୍ତି। ବଳିଉଡ୍‌ କର୍ମଚାରୀଙ୍କ ପ୍ରତି ଯଶରାଜ ଫିଲ୍ମ, ପ୍ରଡ୍ୟୁସର୍ସ ଆସୋସିଏସନ ଓ ପ୍ରଯୋଜକ ଆନନ୍ଦ ବକ୍ସି ପ୍ରମୁଖ ସହାୟତାର ହାତ ବଢ଼ାଇଥିବା ସେ କହିଛନ୍ତି। ଇତିମଧ୍ୟରେ ସେମାନେ ୫୦ହଜାରଙ୍କୁ ଟିକାକରଣ କରାଇଥିବା ତିୱାରୀ କହିଛନ୍ତି।

Comments are closed.